ସୁନ୍ଦରଗଡ଼ ଜିଲ୍ଲାରେ ଦ୍ବିତୀୟ ଏମ୍ସ ହସ୍ପିଟାଲ ସ୍ଥାପନ ପାଇଁ ଦାବି, ଜିଲ୍ଲା କଂଗ୍ରେସର ବନ୍ଦ ଡାକରା

ରାଜଗାଙ୍ଗପୁର, (ଦଶରଥ ପୋଡ଼): ସୁନ୍ଦରଗଡ଼ ଜିଲ୍ଲାରେ ଦ୍ଵୀତୀୟ ଏମ୍ସ ହସ୍ପିଟାଲ ସ୍ଥାପନ ପାଇଁ ଦାବି କରି ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ତରଫରୁ ବନ୍ଦ ଡାକରା ଦିଆଯାଇଥିଲା। ରାଜଗାଙ୍ଗପୁର ଠାରେ ମଧ୍ୟ କଂଗ୍ରେସ ବିଧାୟକ ଡକ୍ଟର ରାଜେନ ଏକ୍କାଙ୍କ ନେତୃତ୍ବରେ ଏକ ବିଶାଳ ରାଲିରେ କଂଗ୍ରେସ ଟାଉନ୍ ସଭାପତି ଇପ୍ ତାର ଅହମଦ୍ ଓ ଦେବରଞ୍ଜନ ବିନୋଦ ତଥା ସମସ୍ତ କ°ଗ୍ରେସ କର୍ମୀ ସହର ସାରା ବୁଲି ଦୋକାନ ବଜାର ତଥା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ସ୍ବାସ୍ଥ୍ୟବସ୍ତା ପାଇଁ ପଶ୍ଚିମ ଓଡ଼ିଶାର ଏକମାତ୍ର ସାହାଭରସା ବୁର୍ଲା ଡ଼ାକ୍ତରଖାନା ଉପରେ ନିର୍ଭର କରିଥାନ୍ତି ସମଗ୍ର ସୁନ୍ଦରଗଡ଼ ବାସୀ । ବର୍ତ୍ତମାନ ସୁନ୍ଦରଗଡ଼ ଠାରେ ଏନ୍ଟିପିସି ଦ୍ବାରା ନିର୍ମିତ ହୋଇଥିବା ବୃହତ୍ ହସ୍ପିଟାଲ କୁ ରାଜ୍ୟ ସରକାର ଏମ୍ସର ମାନ୍ୟତା ଦେଲେ ସୁନ୍ଦରଗଡ଼ ତଥା ସମଗ୍ର ପଶ୍ଚିମ ଓଡ଼ିଶା ସମସ୍ତ ସ୍ୱାସ୍ଥ୍ୟବସ୍ଥାର ସୁବିଧା ପାଇପାରିବେ ।

ରାଜ୍ୟ ସରକାର‌‌‌ଙ୍କ ଟାଲଟୁଲନିତୀ ଯୋଗୁଁ ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ହସ୍ପିଟାଲ ସ୍ଥାପନ ‌ହୋଇପାରୁନାହି । ଏହାକୁ ବିରୋଧ କରି ରାଜଗାଙ୍ଗପୁର ସହରରେ କଂଗ୍ରେସ ତରଫରୁ ଦୋକାନ ବଜାର ବନ୍ଦ କରାଯାଇଥିଲା । କଂଗ୍ରେସ ବନ୍ଦ ଡାକରା ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ହସ୍ପିଟାଲ ସ୍ଥାପନରେ କେତେ ସହାୟକ ହେଉଛି ତାହାହିଁ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published.