ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ଏନକାଉଣ୍ଟରରେ ହାଇଦରର ମୃତ୍ୟୁ

ଭୂବନେଶ୍ବର: ଗ୍ୟାଙ୍ଗଷ୍ଟାର ସେକ୍ ହାଇଦରର କଳା ସାମ୍ରାଜ୍ୟର ପତନ ହୋଇଛି । ହାଇଦରକୁ କଟକ ଚୌଦ୍ୱାର ଜେଲରୁ ବାଲେଶ୍ୱର ଜେଲକୁ ସ୍ଥାନାନ୍ତରଣ କରାଯାଉଥିବା ବେଳେ ପୋଲିସ୍ କବଜାରୁ ଖସି ଯିବାକୁ ଚେଷ୍ଟା କରୁଥିଲା ଗ୍ୟାଙ୍ଗଷ୍ଟାର । ଏହାପରେ ବାରମ୍ବାର ୱାଣ୍ଣିଂ ପରେ ମଧ୍ୟ ହାଇଦର ପୋଲିସ୍ ଠାରୁ ବନ୍ଧୁକ ଛଡାଇ ନେଇଥିଲା । ଏହି ସମୟରେ ହାଇଦରକୁ ଏନକାଉଣ୍ଟର କରାଯାଇଛି । ଆଜି ଅପରାହ୍ନରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ଅଲ୍ଲୀ କୁ ଏନକାଉଣ୍ଟର କରାଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସାଧିନ ଅବସ୍ଥାରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହାପରେ ଅତି ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ହାଇଦରର ଅବସ୍ଥାରେ ସୁଧାର ଆସିନଥିଲା । ଏବଂ ଏହା ପରେ ଧିରେ ଧିରେ ଅତି ସଙ୍କଟାପନ୍ନ ହୋଇ ହାଇଦରର ମୃତ୍ୟୁ ହୋଇଛି ।

ସୂଚନା ଅନୂସାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଗତ ଏପ୍ରିଲ ୧୦ତାରିଖରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାସ୍ଥ୍ୟକର୍ମୀ ଏବଂ ପୁଲିସକୁ ଚକମା ଦେଖାଇ ଖସି ପଳାଇବାରେ ସଫଳ ହୋଇଥିଲା । ହାଇଦର ଫେରାର ହୋଇଯିବା ପରେ ଓଡ଼ିଶା ପୁଲିସର ନିଦ ହଜିଯାଇଥିଲା । ଶେଷରେ ହାଇଦରକୁ ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଅଞ୍ଚଳରୁ ଗିରଫ କରାଯାଇଥିଲା ।

Leave a Reply

Your email address will not be published.