ଶେଷରେ ଆଖି ବୁଜିଲେ ଦୁଷ୍ମର୍ମର ଶିକାର ହୋଇଥିବା ମୁମ୍ବାଇ ପୀଡିତା

ମୁମ୍ବାଇ, (ନାଗରାଜ ନ୍ୟୁଜ): ଆଖି ବୁଜିଲେ ମୁମ୍ବାଇ ସାକିନାକାରେ ଦୁଷ୍କର୍ମର ଶିକାର ହୋଇଥିବା ମହିଳା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏନେଇ ମୁମ୍ବାଇ ପୋଲିସ୍ ସୂଚନା ଦେଇଛି । ସୂଚନାଯୋଗ୍ୟ ଗତ ୯ ତାରିଖ ଦିନ ୩୦ ବର୍ଷୀୟ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିଲା । ଦୁଷ୍କର୍ମ ପରେ ଦୁର୍ବୃତ୍ତ ଜଣଙ୍କ ତାଙ୍କ ଗୁପ୍ତାଙ୍ଗରେ ରଡ୍‌ ଭର୍ତ୍ତି କରି ଦେଇଥିଲେ । ଘଟଣା ପରେ ମହିଳାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା । ତେବେ ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିଲା । ସେ ଭେଣ୍ଟିଲେଟରରେ ଥିଲେ । ଶନିବାର ମୁମ୍ବାଇର ମେୟର ରାଜୱାଡି ହସ୍ପିଟାଲ ଘାଟକୋପରରେ ପହଞ୍ଚି ପୀଡିତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।

ସେପଟେ ପୁଲିସ ଏହି ମାମଲାର ଅଭିଯୁକ୍ତ ମୋହିତ ଚୌହାନଙ୍କୁ ପୁଲିସ ଗିରଫ କରିଛି । ହେଲେ ଘଟଣାରେ ଆଉ କିଛି ଲୋକ ସାମିଲ ଥିବା ସନ୍ଦେହ କରି ତଦନ୍ତ ଜାରି ରଖିଛି । ସକିନାକର ଖାଇରାନି ରାସ୍ତାରେ ଏହି ଘଟଣା ଘଟିଥିବାରୁ ଡିସିପି ଓ ଅତିରିକ୍ତ କମିଶନର ସେଠାକୁ ଯାଇ ଯାଞ୍ଚ କରିଛନ୍ତି ।
ଅନ୍ୟପଟେ ଘଟଣା ଦିନର ପୂରା ଫୁଟେଜ ସାମ୍ନାକୁ ଆସିଛି । ଏଥିରେ ଅଭିଯୁକ୍ତ ର୍ମହିତ ଚୌହାନ ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ମାରପିଟ୍‌ କରିବା ସହ ଲୁହା ରଡ୍‌ରେ ଆକ୍ରମଣ କରିଥିବା କରୁଥିବା ଦେଖିବାକୁ ମିଳିଛି । ଏହାପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ କିଭଳି ଫେରାର ହୋଇଯାଇଥିଲା ତାହା ମଧ୍ୟ ସାମ୍ନାକୁ ଆସିଛି ।

Leave a Reply

Your email address will not be published.