ବାରଙ୍ଗରେ ଗ୍ୟାଙ୍ଗଷ୍ଟାର ସେକ୍ ବାବୁକୁ ପୁଲିସର ଏନକାଉଣ୍ଟର

ନାଗରାଜ ନ୍ୟୁଜ୍: ଚନ୍ଦକା ଅଭୟାରଣ୍ୟର ବାରଙ୍ଗ ଫରେଷ୍ଟି ବିଟ୍କୁ ଲାଗି ଥିବା ଇଏସଆଇର ପରିତ୍ୟକ୍ତ କୋଠା ଘର ପାଖରେ ଗ୍ୟାଙ୍ଗଷ୍ଟାର ସକିଲର ମୁଖ୍ୟ ସହଯୋଗୀ ସେକ୍ ବାବୁ ଓରଫ ବରେନ୍ ବାବୁକୁ ଏନକାଉଣ୍ଟର କରିଛି ପୁଲିସ। ଗତ ରାତିରେ ବାବବୁ ଚନ୍ଦକାରୁ ବାରଙ୍ଗ ଆଡକୁ ଆକ୍ଟିଭା ମ‌ୋଟର ସାଇକେଲ (ଓଡ଼ି ୧୩ ବି ୭୯୯୯) ଯୋଗେ ଆସୁଥିବା କମିଶନରେଟ୍ ପୁଲିସକୁ ସୂଚନା ମିଳିଥିଲା। ଶେଖ ବଜାରର ତାର ଜଣେ ସହଯୋଗୀକକୁ ସେ ସାକ୍ଷାତ କରିବାକୁ ଆସୁଥିବା ପୁଲିସ ସୂଚନା ପାଇଥିଲା। କଟକ ଦରଘାବଜାର ଥାନା ଆଇଆଇସି ପ୍ରଦୀପ ଜେନା  ଓ ସ୍ପେସାଲ ସ୍କାର୍ଡର ଏସିପି ଅଜୟ ଦାସଙ୍କ ନେତୃତ୍ବରେ ଏକ ଟିମ୍ ମିଳିତ ଭାବେ ପିଛା କରିଥିଲେ। ବାବୁକୁ ପିଛା କରିବା ବେଳେ ସେ ପୁଲିସ ଉପରକୁ ଗୁଳି ଚାଳନା କରି ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ପୁଲିସ ପାଲଟା ଗୁଳିଚାଳନା କରିବାକୁ ବାଧ୍ୟ ହୋଇଥିଲା। ଦରଘା ବଜାର ଥାନା ଆଇଆଇସି ଶ୍ରୀଯୁକ୍ତ ଜେନା ତାଙ୍କ ସଭିର୍ସ ରିଭଲଭଲରୁ ଗୁଳି ଚଳାନା କରିବାରୁ ବାବୁର ବାମ ଗୋଡ ଜଙ୍ଘରେ ବାଜିଥିଲା।  ସେ ଆକଟିଭା ସହିତ ତଳେ ଖସିପଡିଥିଲା । ସେଠାରେ ତାକୁ ପୁଲିସ କାବୁ କରି ନେଇଥିଲା। ବାବୁର ଗୁଳି ମାଡରେ ସ୍ପେସାଲ ସ୍କାଡ ପୁଲିସ ହାବିଳଦାର ତୋଫାନ ବେହେରା ଆହତ ହୋଇଥିଲେ। ପୁଲିସ ଆହତ ବାବୁକୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ପୁଲିସ ବାବୁ ଠାରୁ ଏକ ୯ ଏମ୍ ଏମ୍ ପିସ୍ତଲ,ଗୋଟିଏ ରାଉଣ୍ଡ ଗୁଳି ଏବଂ ଆକ୍ଟିଭା ମୋଟର ସାଇକେଲ ଜବତ କରିଛି।

 

ପୁଲିସ ସୂଚନା ମୁତାବକ କୁଖ୍ୟାତ ଅପରାଧି କ୍ୟାଣ୍ଟନମେଣ୍ଟ ଥାନା ପେନସନ୍ଲେନ୍ ଅଞ୍ଚଳର ବାବୁ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ମଧ୍ୟ ରହିଛି। ଏଥରକୁ ମିଶାଇ ତାକୁ ଦ୍ବିତିୟ ଥର ପାଇଁ ପୁଲି ସ ଏନକାଉଣ୍ଟର କରିଛି। ତା ନାମରେ ବିଭିନ୍ନ ସମୟରେ ବ୍ୟବସାୟୀ ମାନଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଓ ଗୁଳି ମାଡ କରି ଦାଦାବଟି ଆଦାୟ କରିବାର ଅଭିଯୋଗ ରହିଛି। ସେ ଫାର ଥିବାରୁ ତାକୁ ପୁଲିସ ଗିରଫ କରିବାକୁ ଚାହୁଁଥିଲା। ତାକୁ ଗତ ୨୦୧୭ ମସିହା ଅପ୍ରେଲ ୧୭ ତାରିଖ ପରେ ପୁଣି ଏବେ ଦ୍ବିତିୟ ଥର ଏନକାଉଣ୍ଟର କରି ପୁଲିସ ଧରିବାକୁ ସକ୍ଷମ ହୋଇଛି।

 

Leave a Reply

Your email address will not be published.