୧୬ ଗ୍ରାମ ବ୍ରାଉନସୁଗର ସହିତ ୫୧ ହଜାର ଟଙ୍କା ଜବତ, ୫ ଗିରଫ

ରାଜଗାଙ୍ଗପୁର, (ଦଶରଥ ପୋଡ଼): ଧଳାଜହର ( ବ୍ରାଉନସୁଗର) କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଯୁବପିଢି ଏହି ଜହର କବଜାରେ ପଡ଼ି ଅନେକ ଅପରାଧ ମାନ ଘଟାଉଛନ୍ତି । ରାହାଜାନୀ,‌ ଛିନତାଇ ଓ ଦାଦାଗିରି ଏଠାରେ ଦୈନନ୍ଦିନ ଘଟଣା ହୋଇଥିଲେ ମଧ୍ୟ ରାଜଗାଙ୍ଗପୁର ପୋଲିସ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ନେଇ ନାହିଁ । ହେଲେ ଆଜି କୌଣସି ସୂତ୍ରରୁ ପୋଲିସ ଖବରପାଇ ରାଜଗାଙ୍ଗପୁର ବାଇପାସ୍ ଜାମପାଲି ଠାରେ ୫ ଜଣ ସନ୍ଦିଗ୍ଧ ଯୁବକଙ୍କୁ କାବୁ କରି ଥାନାକୁ ନେଇ ପଚରାଉଚରା କରିବାରୁ ତାଙ୍କ ଠାରୁ ୧୫ ଗ୍ରାମ ୭୦୦ ମିଲିଗ୍ରାମର ବ୍ରାଉନସୁଗର ସହିତ ୫ଲକ୍ଷ ୧୨ହଜାର ୧୦ଟଙ୍କା ଜବତ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆହୁରି ମଧ୍ୟ ସେମାନଙ୍କ ନିକଟରୁ ୪ଟି ମୋବାଇଲ ଫୋନ, ଦୁଇଟି ମଟର ସାଇକଲ ଏବଂ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର । ସେମାନେ ହେଲେ ଏମଡି ମୋଜାହିନ୍ଦ(ଛୋଟୁ)୨୪, ଏମଡି ପାପଡ, ସମସେର ଆଲବମ୍(ବବ୍ଳୁ)୩୪, ଏମ୍ ଡି ଜଛବେଦ(ବାବା)୪୪ ବୋଲି ଜଣାଯାଇଛି ।

Leave a Reply

Your email address will not be published.