ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀର ବର୍ବର କାଣ୍ଡ

ଢେଙ୍କନାଳ, (ନାଗରାଜ ନ୍ୟୁଜ): ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀର ବର୍ବର କାଣ୍ଡ । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଚାଉଳିଆ ଗ୍ରାମର ପ୍ରଦୀପ ପ୍ରଧାନ ସେହି ଗ୍ରାମର ରେଖା ଷେଣ୍ଢଙ୍କୁ ଦେଢ଼ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ବିବାହ ପରେ ସ୍ତ୍ରୀଙ୍କ ଚରିତ୍ରକୁ ନେଇ ସ୍ୱାମୀ ଆକ୍ଷେପ କରିବା ସହିତ ମାରପିଟ ମଧ୍ୟ କରୁଥିଲେ । ଗତକାଲି ଅପରାହ୍ନ ୪ଟାରେ ପ୍ରଦୀପ ନିଶାସକ୍ତ ଅବସ୍ଥାରେ ଆସି ରେଖାଙ୍କ ସହ ଝଗଡା କରିବା ସହ ଏକ ବାଡ଼ିରେ ପିଟିପିଟି ହତ୍ୟା କରିଥିଲେ । ଏନେଇ ରେଖାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ତେବେ ଘଟଣା ସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପୁଲିସ ଅଭିଯୋଗକୁ ଭିତି କରି ସ୍ଵାମୀ ପ୍ରଦିପକୁ ଆଜି ସକାଳୁ ଗିରଫ କରିଥିବାର ଜଣାଯାଇଛି ।

Leave a Reply

Your email address will not be published.