ନକଲି କୋଭିଡ ଔଷଧ ଜବତ ଘଟଣାରେ ଶିବ ପ୍ରସନ୍ନ ଜେନା ଗିରଫ

କଟକ: ନକଲି କୋଭିଡ ଔଷଧ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଶିବ ପ୍ରସନ୍ନ ଜେନାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫଟିମ୍ । ଗିରଫ ପରେ କଟକ ଜିଲା ଦୌରାଜର୍ଜଙ୍କ କୋର୍ଟରେ ଶିବ ଜେନାକୁ ଏସଟିଏଫ ପକ୍ଷରୁ ହାଜର କରାଯାଇଛି । ଅଦାଲତରେ ହାଜର ପରେ ଚୌଦ୍ଵାର ଜେଲକୁ ପଠାଇ ଦେଇଛନ୍ତି ।

୧୪ ଦିନିଆ ବିଚାର ବିଭାଗୀୟ ରିମାଣ୍ଡରେ ପଠାଇଛନ୍ତି ଅଦାଲତ। ମେଡିଲ ଏଡ଼୍ ମେଡିକାମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସନ୍ନ ନକଲି କୋଭିଡ ମେଡ଼ିସିନ ମାମଲାରେ ଜିଲା ଦୌରାଜଜ୍ ଅଦାଲତରେ ଜାମିନ ପାଇଁ ଆବେଦନ କରାଯାଇଛି । ଜାମିନ ଆବେଦନ ଶୁଣାଣି ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫକୁ କେସ୍ ଡାଏରି ମଗାଇଛନ୍ତି କୋର୍ଟ।

ସୋମବାର ଦିନ ଏହି ଜାମିନ ଆବେଦନର ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି । ଅନ୍ୟ ପଟରେ ଏସଟିଏଫ ପକ୍ଷରୁ ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ କୌଣସି ଆବେଦନ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ଶିବ ପ୍ରସନ୍ନ ଜେନାଙ୍କ ଓକିଲ ସତ୍ୟ ରଞ୍ଜନ ମୂଳିଆ । ଗତକାଲି ଗିରଫ ହୋଇଥିଲେ ଶିବ ଜେନାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା, ପ୍ରୀତିପରଞ୍ଜନ ପରିଡା ଓ ସତ୍ୟ ପ୍ରକାଶ ମହାନ୍ତିଙ୍କୁ ଗିରଫ କରିଥିଲା ଏସଟିଏଫ୍ ଟିମ୍ ।

Leave a Reply

Your email address will not be published.