ଏସଟିଏଫକୁ ମିଳିଛି ବଡ଼ ସଫଳତା

ବାଲେଶ୍ଵର: ନିଶା କାରବାର ବିରୁଦ୍ଧରେ ପୁଣି ଥରେ ଏସଟିଏଫକୁ ମିଳିଛି ବଡ଼ ସଫଳତା । ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ଏସଟିଏଫ ଟିମ୍ ବାଲେଶ୍ବର ବସ୍ତା ଅଞ୍ଚଳରେ ଚଢାଉ କରି ୨ କିଲୋ ୧୨ ଗ୍ରାମର ବ୍ରାଉନ୍ ସୁଗାର୍ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ଏହି ଘଟଣାରେ ଏସଟିଏଫ ଟିମ୍ ଏନଡ଼ିପିଏସ୍ ଆକ୍ଟର ଧାରା ୨୧ ସି, ୨୯ ଅନୁଯାୟୀ ମାମଲା ରୁଜ୍ଜୁ କରିବା ସହ ଜଣକୁ ଗିରଫ କରିଛି ବୋଲି ସୂଚନା ଦେଇଛନ୍ତି ପୋଲିସ ଡ଼ି ଜି ଅଭୟ ।

ଏହାଛଡ଼ା ସେଠାରୁ ଆଉ ଅନେକ ଆପତ୍ତିଜନକ ଜିନିଷ ମଧ୍ୟ ଜବତ କରିଛି ଏସଟିଏଫ । ୨୦୨୦ ରୁ ଆଜି ପର୍ଯ୍ୟନ୍ତ ଏସଟିଏଫ ସ୍ପେସାଲ ଡ୍ରାଇଭ୍ ଜାରି ରଖି ୩୫ କିଲୋରୁ ଅଧିକ ବ୍ରାଉନ୍ ସୁଗାର୍ ଏବଂ ୬୬ କୁଇଣ୍ଟାଲ ରୁ ଅଧିକ ଗଞ୍ଜେଇ ଜବତ କରିବା ସହ ନିଶା କାରବାରରେ ଲିପ୍ତ ୧୦୦ରୁ ଅଧିକ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇ ସାରିଲାଣି ବୋଲି ସୂଚନା ଦେଇଛନ୍ତି ପୋଲିସ ଡ଼ି ଜି ଅଭୟ ।

Leave a Reply

Your email address will not be published.