କଟକରୁ ପୁଣି ଧରା ପଡିଲେ ବନ୍ଧୁକ ବେପାରୀ

କଟକ, (ନାଗରାଜ ନ୍ୟୁଜ): କଟକରୁ ପୁଣି ଧରା ପଡିଲେ ବନ୍ଧୁକ ବେପାରୀ । ୪ ଜଣ ବେପାରୀଙ୍କ ସହ ୫ଟି ବନ୍ଧୁକ ଓ ଗୁଳି ଜବତ କରିଛି ପୁଲିସ । ଅପରାଧିକ କାର୍ୟ୍ୟକଳାପ ପାଇଁ ବ୍ୟବହାର କରିବା ଉଦ୍ଦେଶ୍ୟରେ ଆଣିଥିଲେ ବନ୍ଧୁକ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏମାନଙ୍କୁ ଗିରଫ କରିଛି ପୋଲିସ । ତେବେ ଅଭିଯୁକ୍ତଙ୍କ ଭିତରୁ ତିନି ଜଣ ଜଗତସିଂପୁର ଜିଲ୍ଲାର ହୋଇଥିବା ବେଳେ ସୌମେନ୍ଦ୍ର ସାହୁ ଓରଫ ମାଗୁ ହେଉଛି କଟକ ଜିଲ୍ଲାର । ମାଗୁ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଅନେକ ଅପରାଧିକ ମାମଲା ରହିଛି ।

 

 

ଅପରାଧୀଙ୍କୁ ବନ୍ଧୁକ ଯୋଗାଇବା ଓ ନିଜେ ଅପରାଧିକ କାର୍ଯ୍ୟକଳାପ ଲିପ୍ତ ଥିଲେ । ତେବେ ଗତ ୮ ମାସ ଭିତରେ ୫୯ଟି ବନ୍ଧୁକ କଟକ ସହରାଅଞ୍ଚଳ ପୁଲିସ ଜବତ କରିଛି ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Leave a Reply

Your email address will not be published.