ମମିତା ମେହେରଙ୍କ ହତ୍ୟା ମାମଲା: ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

କଟକ, (ନାଗରାଜ ନ୍ୟୁଜ ): କଳାହାଣ୍ଡି ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେରଙ୍କ ଅପହରଣ ଓ ହତ୍ୟା ରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଛତ୍ର ଛାୟାରେ ରହିଥିବା ଓ ଓଡ଼ିଶାର ଆଇନ ମନ୍ତ୍ରୀ ପ୍ରତାପ ଜେନା ଉକ୍ତ କଲେଜ କୁ ବାର ବାର ଯିବା ପ୍ରସଙ୍ଗକୁ ବିରୋଧ କରିଛି କଟକ ନଗର ବିଜେପି ।

ଆଜି କଟକ ବାଦାମ ବାଡ଼ି ଛକରେ ବିଜେପି କର୍ମୀମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦୁଇ ମନ୍ତ୍ରୀ ପ୍ରତାପ ଜେନା ଓ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଯଦି ମନ୍ତ୍ରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ବିଜେପି କର୍ମୀ ।

Leave a Reply

Your email address will not be published.