୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ହେଲା ଉଦଘାଟିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ ହୋଇଯାଇଛି । ସଂସ୍କୃତ ବିଭାଗ ମୁଖ୍ୟ ଅଧ୍ଯାପକ ଦ୍ବାରିକା ନାଥ ଶତପଥୀଙ୍କ ଅତିଥି ପରିଚୟ ପ୍ରଦାନ ପରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହନ ଚରଣ ସାହୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ । ପରେ ପରେ ବିଭାଗୀୟ ମୁଖ୍ୟ ଅଧ୍ଯାପକ ଶ୍ରୀ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଔପଦା ଗେଟେଶ୍ବର ମହାବିଦ୍ୟାଳୟର ଅଧ୍ଯାପକ କୈଳାସ ଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ଔପଦା ମହାବିଦ୍ୟାଳୟର ଇଂରାଜୀ ଅଧ୍ଯାପକ ମଳୟ କୁମାର ବେହେରା ଓ ଗେଟେଶ୍ବର ସଂସ୍କୃତ ମହାବିଦ୍ୟାଳୟର ଅଧ୍ଯାପକ ଶରତ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ । ସଂସ୍କୃତ ଭାଷା ପ୍ରାଚୀନ ଦେବଭାଷା । ଏହି ଭାଷା ଦ୍ବାରା ଦେଶର ଏକତା ଓ ଅଖଣ୍ଡତା ଵଜାୟ ରହିବା ସଂଗେ ସଂଗେ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମର ବୀଜମନ୍ତ୍ର ଉଜ୍ଜୀବିତ ହେବ ବୋଲି ମୁଖ୍ୟ ଅତିଥିଙ୍କ ସମେତ ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସଭା ଶେଷରେ ସଂସ୍କୃତଭାରତୀ ଉତ୍କଳ, ବାଲେଶ୍ଵର ଶାଖା ତରଫରୁ ବିସ୍ତାରକ ଅକ୍ଷୟ କୁମାର ଦତ୍ତ ୧୦ ଦିବସୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୫୦ ଜଣରୁ ଉର୍ଦ୍ଧ୍ବ ବିଭାଗୀୟ ଛାତ୍ରଛାତ୍ରୀ ମାନଙ୍କୁ ସଂସ୍କୃତ ଶିକ୍ଷା ପ୍ରଦାନ କରିଥିଲେ । ଏହି ଶିକ୍ଷାଦାନ କାର୍ଯ୍ୟକ୍ରମ ଆସନ୍ତା ତା ୧୩/୦୧/୨୩ ରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.