ଅନନ୍ୟାର ଅନଲାଇନ୍ କବିତା ଆସର, ପର୍ଯ୍ୟବେକ୍ଷଣରେ ବାଲେଶ୍ଵର

ବାଲେଶ୍ଵର,(ନାଗରାଜ ନ୍ୟୁଜ): କେନ୍ଦୁଝର ଜିଲ୍ଲା, ଜମ୍ଭରା ଗ୍ରାମରେ ଥିବା ସୁନ୍ଦର ମୋ ଭାଷା ସାହିତ୍ୟ ଅନୁଷ୍ଠାନର ୨୦୩ ତମ ଅନନ୍ୟା କବିତା ଆସର କାର୍ଯ୍ୟକ୍ରମ ନୂତନ ବର୍ଷ(୦୧/୦୧/୨୦୨୩)ରେ ଅନଲାଇନ ଗୁଗୁଲି ମିଟ୍ ମାଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ତଥା ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଆୟୋଜନ ଓ ପରିଚାଳନାରେ ମହାସମାରୋହରେ ଏହା ପାଳିତ ହୋଇଥିଲା । ପ୍ରଥମେ କୁନି ପ୍ରତିଭା ଆରାଧ୍ୟା ସେନାପତିଙ୍କ ଶୁଭ ଶଙ୍ଖଧ୍ୱନି ପରେ ଆରମ୍ଭ ଆସରରେ ଅନୁଷ୍ଠାନର ସ୍ଥାୟୀ ସଭାପତି ନୃସିଂହ ଚରଣ ସେନାପତି ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ କେନ୍ଦୁଝର ମାଟିର ବରେଣ୍ୟ ସାହିତ୍ୟ ପ୍ରତିଭା ରସରାଜ ଦେବାଶିଷ ଚକ୍ରବର୍ତ୍ତୀ ଯୋଗଦେଇଥିବା ବେଳେ ଯାଜପୁରର ସହ ଜିଲ୍ଲାପାଳ ଡଃ ଅଲେଖ ପ୍ରସାଦ ମହାରଣା ବରେଣ୍ୟ ଅତିଥି ଓ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ସୁସାହିତ୍ୟିକ ସୁରେଶ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ଥିଲେ । ପ୍ରତିଭାବାନ କଣ୍ଠଶିଳ୍ପୀ ପ୍ରତାପ କିଶୋର ରାଇତଙ୍କ ଆବାହନୀ ସଙ୍ଗୀତର ତାଳେ ତାଳେ ମୁଖ୍ୟ ଅତିଥିଙ୍କ ତାଳି ପାଇବା ପାଇଁ ଲେଖିବା ନାହିଁ କବିତା ବରଂ ହୃଦୟକୁ ଛୁଇଁଲା ଭଳି ଲେଖିବା କବିତା କଥା ସଭିଙ୍କ ହୃଦୟକୁ ଛୁଇଁଥିଲା । ନବରଙ୍ଗପୁର ଜିଲ୍ଲାର ପ୍ରତିଭାଧାରିଣୀ ସ୍ୱାଗତିକା ସାହୁ ଓ ବାଲେଶ୍ୱର ଜିଲ୍ଲା ପ୍ରତିଭାଧାରିଣୀ ତାନଶ୍ରୀ ପାଣିଗ୍ରାହୀଙ୍କ ବଳିଷ୍ଠ ସଂଯୋଜନାରେ ଅରୁନ୍ଧତୀ ଲେଙ୍କା, ଅଂଶୁମାନ ସ୍ବାଇଁ, ଶାନ୍ତିଲତା ପଣ୍ଡା, ସନ୍ତୋଶିନୀ ଦାଶଙ୍କ ସମେତ ବିଭିନ୍ନ ଜିଲା ଓ ରାଜ୍ୟ ବାହାରୁ ମୋଟ ୩୭ଜଣ କବିତା ଆବୃତ୍ତି କରିଥିଲେ । ପ୍ରତାପ କିଶୋର ରାଉତ, ସୁଦ୍ରୁମା ପଣ୍ଡା ଓ ଜନରଞ୍ଜନ ପ୍ରଧାନଙ୍କ ସଂଗୀତ ଅନନ୍ୟା ଆସରକୁ ମାଧୁର୍ଯ୍ୟ ଭରା କରିଥିଲା । ଏହି ଅନଲାଇନ ଗୁଗୁଲି ମିଟ୍ କାର୍ଯ୍ୟକ୍ରମରେ ପ୍ରତ୍ୟେକ କବି କବୟିତ୍ରୀଙ୍କ ୨୦୨୨ ମସିହାର କିଛି ସ୍ମୃତି କିଛି ଅନୁଭୂତି ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା । ଏହି କାର୍ଯ୍ୟକ୍ରମରେ ଶୁଭେଚ୍ଛା ବାର୍ତ୍ତା ହାସ୍ୟମୟୀ ରାଜ ଦେଇଥିବା ବେଳେ ଅନୁଷ୍ଠାନ ବାର୍ତ୍ତା ପ୍ରଭଞ୍ଜନ ତ୍ରିପାଠୀ ଓ ବିଷ୍ଣୁପ୍ରସାଦ ମିଶ୍ର ଶାନ୍ତିପାଠ କରିଥିଲେ । ଏ କାର୍ଯ୍ୟକ୍ରମକୁ ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ପର୍ଯ୍ଯବେକ୍ଷଣ କରିଥିଲେ । ଅନନ୍ୟାର ପ୍ରତ୍ୟେକ ସଦସ୍ୟ/ ସଦସ୍ୟା ଆନନ୍ଦରେ ନବବର୍ଷ ପାଳନ କରିଥିବା ବେଳେ ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ମା ତାରିଣୀଙ୍କୁ ବିନତୀ ଜଣାଇଥିଲେ । ଶେଷରେ ପ୍ରାଣବନ୍ଧୁ ରାଉତଙ୍କ ଧନ୍ଯବାଦ ଅର୍ପଣ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.