ପ୍ରଥମ ଗଁଦିଆ ପ୍ରିମୀୟର ଲିଗ କ୍ରିକେଟ ତୁର୍ଣ୍ଣାମେଂଟ ଉଦଯାପିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ପ୍ରଥମ ରାତ୍ରି କାଳୀନ ଉଜ୍ଜ୍ବଳ ଆଲୋକ ରେ ଅନୁଷ୍ଠିତ ଗଁଦିଆ ପ୍ରିମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟ୯ତାରିଖରେ ଉଦଯାପିତ ହୋଇଯାଇଛି ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ଉକ୍ତ ଖେଳରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ,୭ତାରିଖ ଠାରୁ୩ଦିନ ଧରି ଏହି ଖେଳ ଚାଲିଥିଲା ଶେଷରେ୯ତାରିଖରେ ଅନୁଷ୍ଠିତ ଫାଇନାଲରେ ଅକ୍ଷୟ ଇଲେଭେନ ଗଁଦିଆ ଓ S S Y Si ଲାଉଲଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଉକ୍ତଫାଇନାଲମ୍ୟାଚ୩ପର୍ଯ୍ୟାୟ ବିଶିଷ୍ଠ ହୋଇଥିଲା ଦୁଇ ଦଳ ପ୍ରଥମେ୭ଓଭର ଓ ଦ୍ୱିତୀୟ ପର୍ଯ୍ୟାୟରେ୫ଓଭର ଓ ତୃତୀୟ ପର୍ଯ୍ୟାୟରେ୪ଓଭର ଖେଳ ହୋଇଥିଲା ଏଥିରେ ଲାଉଲଇ ଦଳ ପ୍ରଥମ ଓ ଶେଷ ପ୍ରଯ୍ୟାୟ ମ୍ୟାଚ ଜିତି ଚଳିତ ବର୍ଷ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚ୍ଚନା ପୁହାନ ସମ୍ମାନିତ ଅତିଥି ଭାବରେ ବ୍ଲକ ବି ଜେ ଡି ସଭାପତି ବିଶ୍ୱନାଥ ଜେନା ବ୍ଲକ ଯୁବ ଵି ଜେ ଡି ସଭାପତି ପ୍ରଦୀପ କୁମାର ରାଉତ ଏସି ଏସଟି ସେଲର ସଭାପତି ଦୁଷ୍ମନ୍ତ ମଲିକ ଜଗନ୍ନାଥ ସେବା ସଂଘଟନର ସଭାପତି ଅଜିତ ପ୍ରସାଦ ରାଉତ ଅଭିଜିତ ସାହୁ ବ୍ରହ୍ମାନନ୍ଦ ବିଶ୍ୱାଳ ଅପୂର୍ବ ସାହୂ ଗଣେଶ୍ୱର ପ୍ରଧାନଯୁବ ସମାଜ ସେବୀ ପ୍ରଭାସ କୁମାର ସାହୁ ପ୍ରମୁଖ ଯୋଗଦାନ କରି ବିଜେତା ଲାଉଲଇ ଦଳକୁ ଟ୍ରଫି ସହିତ ନଗଦ୧୫ହଜାର ଟଙ୍କା ଓ ଉପ ବିଜେତା ଗଁଦିଆ ଦଳକୁ ଟ୍ରଫି ସହିତ ନଗଦ୧୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ଉକ୍ତ ତୁର୍ଣ୍ଣାମେଂଟ ପରିଚାଳନା କରିଥିଲେ ସୁରେନ୍ଦ୍ର ଜେନା ବଟକୃଷ୍ଣ ସେଠି ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.