୩୧ତମ ଗୋପୀନାଥ ସାହୁ ସ୍ମାରକୀ ବକ୍ତୃତା ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ଗୋପୀନାଥ ସାହୁ ସ୍ମାରକୀ ଟ୍ରଷ୍ଟ ଆନୁକୂଲ୍ୟରେ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ଠାରେ 31ତମ ଗୋପୀନାଥ ସାହୁ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟ କ୍ରମରେ ବହୁ ବିଶିଷ୍ଟ ବୈଜ୍ଞାନିକ ମାନେ ଅତିଥି ଭାବରେ ଯୋଗଦେଇ କହିଲେ ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ କିପରି ଧାନ ଉତ୍ପନ୍ନ ହେବ ତାହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଟ୍ରଷ୍ଟ ର ସଭାପତି ଡକ୍ଟର ପ୍ରମୋଦ ମହାପାତ୍ର ଏହି ସ୍ମାରକୀ ବକ୍ତୃତା କାର୍ଯ୍ୟ କ୍ରମରେ ସଭାପତିତ୍ବ କରିଥିଲେ । ଓଡ଼ିଶା କୃଷି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ରାଉତ ମୁଖ୍ୟ ଅତିଥି ତଥା ସ୍ମାରକୀ ବକ୍ତୃତା ପ୍ରଦାନ କରି କହିଲେ ବର୍ତ୍ତମାନ ଆଧୁନିକ ବିଜ୍ଞାନ ଯୁଗରେ ପ୍ରାକୃତିକ ବିପ୍ପତି ଧାନ ଚାଷ ପାଇଁ ପ୍ରତି ବନ୍ଧକ ନୁହେଁ । ଗବେଷଣା ମାଧ୍ୟମରେ ଚାଷ କରାଯାଉଥିବା ଧାନ ବନ୍ୟା, ମରୁଡି ଏବଂ ମଧୁ ମେୟ ରୋଗୀ ପାଇଁ ଖାଦ୍ୟୋପୋ ଯୋଗୀ ହୋଇପାରିଛି। ଏହା ବିଶେଷ ଭାବରେ ଆଦୃତ ଲାଭ କରିଛି ।ପ୍ରତିଦିନ ଗବେଷଣା କରାଯାଇ ଧାନ ଚାଷ ପାଇଁ ନୂଆ ନୂଆ ତଥ୍ୟ ଆବିଷ୍କାର ହେଉଛି। ସଭାପତି ଡକ୍ଟର ମହାପାତ୍ର କହିଲେ ବିଶ୍ୱର ଜନ ସଂଖ୍ୟା କୁ ଦୃଷ୍ଟିରେ ରଖା ଯାଇ ଧାନ ଚାଷ କରାଯାଉଛି। ଯାହା ଫଳରେ ବିଶ୍ଵରେ ଖାଦ୍ୟର ଅଭାବ ପଡିବ ନାହିଁ। ପ୍ରାରମ୍ଭରେ ଡକ୍ଟର ଲିପି ଦାସ ସ୍ଵାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଟ୍ରଷ୍ଟ ର ସମ୍ପାଦକ ଡକ୍ଟର ସଞ୍ଜୟ ସାହା ବିବରଣୀ ପାଠ କରିଥିଲେ। ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଡକ୍ଟର ପି କେ ଅଗ୍ରୱାଲ, ଡକ୍ଟର ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଧାନ ଚାଷ ଦିଗ ଉପରେ ଆଲୋକପାତ କରିଥିଲେ। ପ୍ରାମ୍ଭାରେ ଅତିଥି ମାନେ ଗୋପୀନାଥ ସାହୁଙ୍କର ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଗୋପୀନାଥ ସାହୁଙ୍କ ଧର୍ମ ପତ୍ନୀ ବାସନ୍ତୀ ସାହୁ ପୁତ୍ର ସୁବ୍ରତ ସାହୁ ଉପସ୍ଥିତ ଥିଲେ।

Leave a Reply

Your email address will not be published.