କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 32 ତମ ବାର୍ଷିକ ଉତ୍ସବ ପାଳନ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଗଁଦିଆ ସ୍ଥିତ କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର୩୨ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଯୋଗଦାନ ପୂର୍ବକ ଅତିଥି ମାନେ ନିଜର ଅଭିଭାଷଣରେ ମତ ପ୍ରତିପ୍ରଦାନ କରିଥିଲେ ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ପଟନାୟକ ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ବକ୍ତା ଭାବରେ ଅଵସରପ୍ରାପ୍ତ ଅନୁଗୋଳ କଲେଜର ଅଧ୍ୟକ୍ଷ ଡ଼ ଶାନ୍ତନୁ ସର ସମ୍ନାନିତ ଅତିଥି ଭାବରେ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ଗଁଦିଆ ବ୍ଲକ ବି ଜେ ଡି ସଭାପତି ବିଶ୍ୱନାଥ ଜେନା ପ୍ରମୁଖ ଯୋଗଦାନ କରିଥିଲେ ସଭା ପ୍ରାରମ୍ଭରେ ଅତିଥି ମାନେ ମହାପ୍ରଭୁ ଜଗନ୍ନାଥ ସୁଭଦ୍ରା ଓ ବଳରାମ ଙ୍କର ଫଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭାରମ୍ଭ କରିଥିଲେ ପ୍ରଥମେ ବିଦ୍ୟାଳୟରଛାତ୍ରୀ ମାନଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ବିଦ୍ୟାଳୟରଅର୍ଥନୀତି ଅଧ୍ୟାପକ ବୀରକିଶୋର ଦତ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇଂରାଜୀ ଅଧ୍ୟାପକ ଗୋଲକ ନାୟକ ମଞ୍ଚ ପରିଚାଳନା ସହିତ ଅତିଥି ମାନଙ୍କର ପରିଚୟ ପତ୍ର ପ୍ରଦାନ କରିଥିଲେ ବିଦ୍ୟାଳୟରଅଧ୍ୟକ୍ଷ ବିଜୟ କୁମାର ପଟନାୟକ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ କରିଥିଲେ ତତ ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟ ଅତିଥି ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ମୁଖ୍ୟ ବକ୍ତା ଡ଼ ସର ନିଜର ମତ ପ୍ରକାଶ କରି କହିଥଲେ ଶିକ୍ଷାନୁଷ୍ଠାନ ହେଉଛି ଏକ ଆଲୋକବର୍ତ୍ତିକା ଯେଉଁଠାରେ ଏକ ସୁନାଗରିକ ଗଢିବାରେ ବିନ୍ଧାନୀର ଭୂମିକା ନିର୍ବାହ କରିଥାଏଜୀବନର ସଫଳତା3ଟି ଉପାଦେୟ ଗଠିତ ହୋଇଥାଏ ଅନ୍ୟ ସମ୍ନାନିତ ଅତିଥି ଶ୍ରୀ ସାହୁ ଓ ଶ୍ରୀ ଜେନା ନିଜର ମତ ଦେଇକହିଥିଲେ ଶୃଙ୍ଖଳାଓ ଦୃଢମନା ଜଣେ ଛାତ୍ରକୁ ନିଜର ଲକ୍ଷ ପଥରେ ପହଂଚାଇଁଥାଏ ପରିଶେଷରେ ମୁଖ୍ୟ ଅତିଥି ଶ୍ରୀ ସାମଲ ନିଜର ମତ ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ ସବୁବେଳେ ପଜିଟିଭି ଗ୍ରହଣ କର କେବଳ ଖାଲି ପାଠ ପଢ଼ିଦେଲେ ସଂସ୍କାର ସଠିକ ଭାବରେ ମିଳିଯିବ ତାହା ଠିକ ନୁହେଁ ଏହା କେବଳ ନିଜର ପରିବାର ଓ ଆଚରଣରୁ ତିଆରି ହୋଇଥାଏ ନିଜର ବୁଦ୍ଧି ବିଦ୍ୟା ଓ ବିବେକ ରୁ ସଂସ୍କାର ଆସିଥାଏ ଉକ୍ତ ଉତ୍ସବରେ ବିଦ୍ୟାଳୟର୩ଜଣ ପ୍ରାକ୍ତନ ଛାତ୍ର ସମଗ୍ର ଭାରତ ବର୍ଷରେ ଶ୍ରେଷ୍ଠ ଥାନାର ମାନ୍ୟତା ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ଆସିକା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ବାଲୁକା ଶିଳ୍ପୀ ଗତିକୃଷ୍ଣ ନାୟକ ଓ ଯୁବ ସମାଜସେବୀ ପ୍ରଭାସ ସାହୂ ଙ୍କୁ ସମ୍ନାନିତ କରାଯାଇଅଛି ସେହିପରି ଚଳିତ ବର୍ଷ ଉକ୍ତ ବିଦ୍ୟାଳୟର ଲିଟେରୀୟାଲ ଚମ୍ପିୟାନ ହୋଇଥିବା ଛାତ୍ରୀ ପ୍ରିୟାସା ପ୍ରିୟଦର୍ଶନୀ ସାହୂ ଙ୍କୁ ମୁଖ୍ୟ ଅତିଥି ସମ୍ନାନିତ କରିଥିଲେ ଚଳିତ ମାସରେ ଉକ୍ତ ବିଦ୍ୟାଳୟରଅଧ୍ୟକ୍ଷ ଦାୟିତ୍ୱରେ ଥିବା ବିଜୟ କୁମାର ପଟନାୟକ ଅବସର ଗ୍ରହଣ କରିବାକୁ ଥିବାରୁ ତାଙ୍କୁ ସମସ୍ତ ଉପସ୍ଥିତ ନିମନ୍ତ୍ରିତ ଅତିଥି ମାନେ ସମବେଦନା ଜ୍ଞାମ୍ପନ କରିଥିଲେ ଶେଷରେ ବିଦ୍ୟାଳୟ ର ଅଧ୍ୟାପକ ପ୍ରିୟବ୍ରତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଶେଷରେ ବିଦ୍ୟାଳୟରଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.