କଟକରେ ଆଉ ଏକ ସେକ୍ସ୍ ରାକେଟ ଠାବ

କଟକ,(ନାଗରାଜ ନ୍ୟୁଜ): କଟକରେ ଆଉ ଏକ ସେକ୍ସ୍ ରାକେଟ ଠାବ ହୋଇଛି । ବାଡମବାଡି ପୋଲିସ ଲିଙ୍କରୋଡ ସ୍ଥିତ ସୂର୍ଯ୍ୟନଗର ଅଞ୍ଚଳରେ ଏକ ଘର ଉପରେ ଚଢାଉ କରି ଅସଙ୍ଗତ ଅବସ୍ଥାରେ 5 ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ।ଜଣେ ଗ୍ରାହକ ଏବଂ ଜଣେ ଦଲାଲ ପୋଲିସ୍ ହାତରେ ଧରାପଡ଼ିଛି। ଏହି ଦଲାଲ ଟି ବିଭିନ୍ନ ସମୟରେ ଗ୍ରାହକ ଆଣି ଯୁବତୀଙ୍କ ନିକଟରେ ପହଞ୍ଚାଇ ଥାନ୍ତି । ଦୀର୍ଘ ଦିନ ଧରି ଏଠାରେ ସେକ୍ସସ ରାକେଟ ଚାଲିଥିଲା। ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା।ପୋଲିସ ପାଞ୍ଚ ଜଣ ଯୁବତୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।ସେହି ଭଳି ଗ୍ରାହକ ଏବଂ ଦଲାଲ ଙ୍କୁ ମଧ୍ୟ ଏହି ସେକ୍ସ ରାକେଟ ସମ୍ପର୍କରେ ପଚରା ଉଚରା କରାଯାଉଛି। ବାଦାମ ବାଡ଼ି ଅଞ୍ଚଳ ଏକ ଜନବହୁଳ ଅଞ୍ଚଳ ପ୍ରତିଦିନ ବିଭିନ୍ନ ପ୍ରକାର ଲୋକମାନେ ସେଠାରେ ଯାତାୟାତ କରନ୍ତି। ଅତୀତରେ ପୋଲିସ ଶଙ୍କର ପୁର ଅଞ୍ଚଳରୁ ସେକ୍ସ ରାକେଟ କୁ ଧରିଥିଲା। ଏହି ସେକ୍ସ ରାକେଟ କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a Reply

Your email address will not be published.