ରାଜ୍ଯ ଶାକଦ୍ବିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଓଡିଶାଙ୍କ ୩ୟ ବାର୍ଷିକ ସମ୍ମିଳନୀ

ପୁରୀ,(ନାଗରାଜ ନ୍ୟୁଜ): ରବିବାର ଦିନ ” ଅନ୍ନପୂର୍ଣ୍ଣା ଥିଏଟର ହଲ ” ପୁରୀ ଠାରେ ରାଜ୍ଯ ଶାକଦ୍ବିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଓଡିଶାଙ୍କ ୩ୟ ବାଷିର୍କ ସାଧାରଣ ସଭା ରାଜ୍ଯ ର ୨୦ ଟି ଜିଲ୍ଲାରୁ ଆସିଥିବା ବ୍ରାହ୍ମଣ କର୍ମକର୍ତ୍ତା ଓ ସାଧାରଣ ସଭ୍ୟ/ ସଭ୍ୟା ଉପସ୍ଥିତ ହୋଇଥିଲେ। ପଣ୍ଡିତ ସନ୍ତୋଷ ମିଶ୍ର ସଭାପତିତ୍ବ କରିଥିଲେ । ସାଧାରଣ ସମ୍ପାଦକ ପଣ୍ଡିତ ପ୍ରେମାନନ୍ଦ ସେନିପତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଯୁଗ୍ମ ସମ୍ପାଦକ ପଣ୍ଡିତ ମନୋରଞ୍ଜନ ନାୟକ ( ଢେଙ୍କାନାଳ ) ସଭା ସଞ୍ଚାଳନ କରିଥିଲେ । କାର୍ଯ୍ୟକାରୀ ସଭାପତି ରମାକାନ୍ତ ମହାପାତ୍ର , ଉପ ସଭାପତି ରଙ୍ଗାଧର ମହାପାତ୍ର, ଉପଦେଷ୍ଟା ପଣ୍ଡିତ ଅନ୍ତର୍ଯ୍ୟାମି ମହାପାତ୍ର, ପଣ୍ଡିତ ଉଗ୍ରସେନ ନାୟକ , ପଣ୍ଡିତ ମନୋରଞ୍ଜନ ନାୟକ ( ଚୌଦ୍ଵାର ) ପଣ୍ଡିତ ସନ୍ତୋଷ ମହାପାତ୍ର, ପଣ୍ଡିତ ତାପସ ମହାପାତ୍ର ସଙ୍ଘ ଓ ସମାଜର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କୁ ବହୁଗୁଣିତ କରିବାପାଇଁ ଆଲୋଚନା କରିଥିଲେ । ସାମାଜିକ ସଂସ୍କାର, ଶିକ୍ଷା, ବେଦ ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ ଉପରେ ସାରଗର୍ଭକ ଆଲୋଚନା ହୋଇଛି। ରାଜ୍ଯ ର ପ୍ରତି ଜିଲ୍ଲାରୁ ମନୋନୀତ ଦକ୍ଷ ସଂଗଠକ, ଜ୍ୟୋତିର୍ବିଦ୍, କର୍ମକାଣ୍ଡ ନିପୁଣ ଗୁଣ ସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ” ଦୈବଜ୍ଞ ରତ୍ନ ” ସମ୍ମାନ ରେ ସମ୍ମାନିତ କରାଯାଇଛି।

Leave a Reply

Your email address will not be published.