ଆନ୍ତର୍ଜାତୀୟ ମହିଳା ଦିବସ

ପୁରୀ,(ନାଗରାଜ ନ୍ୟୁଜ): ନାରୀ ଜାଗରଣ ଏବଂ ନାରୀ ସୁରକ୍ଷାକୁ ଦୃଷ୍ଟିଗୋଚର କରି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ପୁରୀ ବଡ଼ଦାଣ୍ଡରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭ ହୋଇ ଡାକ୍ତରଖାନା ଛକ ଦେଇ ପୁନଃ ଗୁଣ୍ଡିଚା ମନ୍ଦିର ଠାରେ ଶେଷ ହୋଇଥିଲା । ଭ୍ରୁଣହତ୍ୟା,ଗଣଦୁଷ୍କର୍ମ,ନାରୀ ନିର୍ଯାତନା, ବଧୂ ହତ୍ୟା ଓ ନବବଧୂ ନିର୍ଯ୍ୟାତନା ଭଳି ଅମାନବୀୟ ତଥା ଘୁଣ୍ୟ କାର୍ଯ୍ୟମାନ ଆଜି ସମାଜରେ ବହୁତ ଖରାପ ପ୍ରଭାବ ପକାଉଛି । କାର୍ଯ୍ୟକ୍ଷେତ୍ର ହେଉ କିମ୍ବା ସାମାଜିକ କ୍ଷେତ୍ରରେ ନାରୀକୁ ଅବହେଳିତ ଓ ଦଳିତ ଭାବରେ ସ୍ବୀକାର କରାଯାଉଛି।ତେଣୁ ନାରୀକୁ ସମାଜ ର ମୂଖ୍ୟସ୍ରୋତ କିପରି ସମାନ ଭାଗିଦାରୀ ହୋଇପାରିବ ସେଥିନିମନ୍ତେ ସଚେତନ କରିବା ପାଇଁ ଶୋଭାଯାତ୍ରାର ର ଶେଷରେ ଗୁଣ୍ଡିଚା ମନ୍ଦିର ନିକଟରେ ଖିଲିତା ପ୍ରଧାନ,ଭୁବନେଶ୍ଵରୀ,ଶୁଭଶ୍ରୀ, ବନବାସିନି, ଶୋଭଲିନି ଓ ରଶ୍ମିତା ବିଭିନ୍ନ କଳା ପ୍ରଦର୍ଶନ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ ନିମନ୍ତେ ଅନେକ ଲବ୍ଧ ପ୍ରତିଷ୍ଠିତ ସମାଜସେବୀ ଉପସ୍ଥିତ ଥିଲେ ।ସେମାନଙ୍କ ମଧ୍ୟରେ ସୁପ୍ରିତି ରଥ, ରଞ୍ଜିତା ପାଢ଼ୀ, ନାରୀ ଜଗୃତିକରଣ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ଉକ୍ତ ଶୋଭାଯାତ୍ରା ଟି ଡଃ ସସ୍ମିତା ବନ୍ଦର ନାୟକଙ୍କ ଅଧ୍ୟକ୍ଷତାରେ ସମ୍ପାଦିତ ହୋଇଥିଲା । ଏଥିସହ ବିଶ୍ଵବିଦ୍ୟାଳୟର ସଂଖ୍ୟାଧିକ ଛାତ୍ରୀ ଉପସ୍ଥିତ ରହି ଏହି ଶୋଭାଯାତ୍ରା କୁ ସଫଳ ରୂପାୟନ ପ୍ରଦାନ କରିଥିଲେ ।

Leave a Reply

Your email address will not be published.