ସିଡ଼ କ୍ୟାପିଟାଲ ବଣ୍ଟନ

କଟକ,(ନାଗରାଜ ନ୍ୟୁଜ): ଆଜି ମାନ୍ୟବର ମେୟର କଟକ ଶ୍ରୀ ସୁବାସ ସିଂହ ଓ କମିଶନର ଶ୍ରୀ ନିଖିଳ ପବନ କଲ୍ୟାଣ ମହୋଦୟ ପି .ଏମ . ଏଫ.ଏମ.ଇ . ସ୍କିମ ଅଧୀନରେ ସିଡ଼ କ୍ୟାପିଟାଲ ବଣ୍ଟନ କରାଯାଇଥିଲା . ଏହି କାର୍ଯ୍ୟକ୍ରମ ୫ଟି ଏ. ଲ .ଫେ ଅଧୀନରେ ରେ ୫୧ ଜଣ ସ୍ୱୟଂ ସହାୟକ ଙ୍କୁ ମୋଟ ୧୯ଲକ୍ଷ ୭୪ ହଜାର ଟଙ୍କା ଦିଆଯାଇଥିଲା. ଏହି କ୍ରମରେ ସୂର୍ଯ୍ୟମୁଖୀ ମହାସଂଘ ଅଧୀନରେ 440000 ଟଙ୍କା ର ଚେକ ପ୍ରଦାନ କରାଯାଇଥିବା ବେଳେ, ସାଇ ସୃଷ୍ଟି ମହାସଂଘ କୁ ୫୨୦୦୦୦ ଟଙ୍କା ର ଚେକ ମାନ୍ୟବର ମେୟର ପ୍ରଦାନ କରିଥିଲେ . ସେହି ପରି ସିଧେସ୍ୱର ମହାସଂଘ କୁ ୪୯୪୦୦୦ ଟଙ୍କାର ଚେକ ପ୍ରଦାନ କରାଯାଇଥିଲାବେଳେ , ସମ୍ପୂର୍ଣ ମହାସଂଘ କୁ ୨୦୦୦୦୦ ଓ ନାରୀ ଶକ୍ତି ମହାସଂଘ କୁ ୩୨୦୦୦୦ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା . ଏହି କାର୍ଯ୍ୟ କ୍ରମ ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଙ୍କ ସଭାପତିତ୍ୱରେ , କମିଶନର ନିଖିଳ ପବନ କୁମାର , ଡେପୁଟି କମିଶନର ଶ୍ଵେତାପଦମା ଡି ଶତପଥୀ , କର୍ପୋରେଟର ପ୍ରଳୟ ବେହେରା , ଅରୁନ୍ଧତୀ କର , ସନ୍ତୋଷ ଭୋଳ , ପ୍ରମିଳା ମହାନ୍ତି , ବନଲତା ପ୍ରଧାନ , ଅରବିନ୍ଦ ଜେନା , ୫ଟି ଏ ଏଲ ଏଫ ଅଧୀନରେ ଥିବା ସ୍ୱୟଂ ସହାୟିକା ଯଥା ମଞ୍ଜୁଶ୍ରୀ ମିଶ୍ର , ରୀନା ସାହୁ , ମିନାକ୍ଷୀ ପ୍ରଧାନ , ନୟନା ବିଶ୍ୱାଳ , ଶେଫାଳି ମହାକୁଡ଼ , ଅମୃତା ମହାନ୍ତି , , କୃଷ୍ନାପ୍ରିୟା ସାହୁ , ଯେ ରାଣୀ ନ ଗୁୟ , ବିଦୁଲତା ସ୍ୱାଇଁ , ମନୋରମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ .

Leave a Reply

Your email address will not be published.