ପ୍ରକାଶ ପାଇଲା ତୃତୀୟ ପର୍ଯ୍ଯାୟ ଫଟୋ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ବାଲେଶ୍ଵର ଜିଲ୍ଲା

ବାଲେଶ୍ଵର,(ନାଗରାଜ ନ୍ୟୁଜ): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଫେସବୁକ୍ ଗୃପରେ ତା ୦୧/୦୩/୨୦୨୩ ରିଖ ବୁଧବାର ପ୍ରତିମାସ ପରି ରାଜ୍ୟ ସ୍ତରୀୟ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି ନିଜ ନିଜର ସୁ ନିର୍ବାଚିତ ଫଟୋ ପୋଷ୍ଟ କରିଥିଲେ । ଏଥିରେ ସିଦ୍ଧି ବିନାୟକ ମହାବିଦ୍ୟାଳୟ, ବାଲେଶ୍ଵରର ଯୁକ୍ତଦୁଇ ଦ୍ବିତୀୟ ବର୍ଷର ବିଜ୍ଞାନ ଛାତ୍ରୀ ସୁଶ୍ରୀ ବାଗ୍ମିତା ମହାପାତ୍ର, ରଞ୍ଜିତା ସାହୁ(ଗୃହିଣୀ), ପାରାଦୀପଗଡ, ଜଗତସିଂହପୁର, କୁମୁଦିନୀ ବେହେରା(ଶିକ୍ଷୟିତ୍ରୀ), ଅନୁଗୋଳ ଓ ସରସ୍ୱତୀ ପଣ୍ଡା(ଗୃହିଣୀ), ଯାଜପୁର ପ୍ରମୁଖ ଅଂଶ କରିଥିଲେ । ଫଟୋ ଗୁଡିକୁ ସମୀକ୍ଷା କରିଥିଲେ ସୁଜାତା ଦାସ ମହାନ୍ତି, ଯେ କି ଅନୁଷ୍ଠାନର ସମୀକ୍ଷା ଦାୟିତ୍ୱରେ ଅଛନ୍ତି । ତାଙ୍କ ସମୀକ୍ଷାରୁ ଯାହାକୁ ଯାହା ସ୍ଥାନ ମିଳିବାର କଥା ମିଳିଛି । ଏଥର ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ବାଗ୍ମିତା ମହାପାତ୍ର, ବାଲେଶ୍ବରଙ୍କୁ ମିଳିଛି ପ୍ରଥମ ସ୍ଥାନ । ସେହିପରି ରଞ୍ଜିତା ସାହୁ, ଜଗତସିଂହପୁରଙ୍କୁ ଦ୍ବିତୀୟ ଓ କୁମୁଦିନୀ ବେହେରାଙ୍କୁ ତୃତୀୟ ସ୍ଥାନ ମିଳିଛି । ବିଭିନ୍ନ ପ୍ରକାର ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ମୋ ଅନୁଷ୍ଠାନ ପ୍ରତ୍ୟେକ ସ୍ଥାନ, ପ୍ରତ୍ୟେକ ବ୍ଯକ୍ତି ଓ ପ୍ରତ୍ୟେକ ସାହିତ୍ୟ ପ୍ରେମୀ ବନ୍ଧୁ ମାନଙ୍କ ନିକଟତର ହୋଇପାରିଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ମହାବିଦ୍ୟାଳୟର ଛାତ୍ରୀଙ୍କ ନିକଟରେ ପହଞ୍ଚିବାର ସକ୍ଷମ ହୋଇଛି । ଆଗାମୀ ଦିନରେ ଆହୁରି ଅଧିକ ବ୍ଯକ୍ତି ବିଶେଷ ଓ ସାହିତ୍ୟ ତଥା ଅନୁଷ୍ଠାନକୁ ଭଲ ପାଉଥିବା ପ୍ରତ୍ୟେକ ସାହିତ୍ୟ ବନ୍ଧୁ ମାନଙ୍କ ହୃଦୟକୁ କିପରି ସ୍ପର୍ଶ କରିବ ସେଥିପାଇଁ ଅହରହ ଉଦ୍ୟମ ଜାରି ରହିଛି ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ଡିସେମ୍ବର ମାସ ୨୭ ତାରିଖ ବାର୍ଷିକ ଉତ୍ସବରେ ପ୍ରଥମ ସ୍ଥାନକୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯିବ, ଅନ୍ୟମାନଙ୍କୁ ମଧ୍ୟ ସମ୍ମାନିତ କରିବାରେ ଅବହେଳା କରିବ ନାହିଁ ଅନୁଷ୍ଠାନ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.