ସନ୍ଥ ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସହିତ ଚତୁର୍ଥା ମୂର୍ତ୍ତିଙ୍କ ମନ୍ଦିର ପ୍ରବେଶ

ଗଁଦିଆ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସନ୍ଥପୁର ଗ୍ରାମରେ ଦୀର୍ଘ ୨୬ବର୍ଷ ର ପ୍ରତିକ୍ଷ|ର ଅବସାନ ଘଟିଛି ଆଜି ମନ୍ଦିର ବିଜେ କରିଛନ୍ତି ପତିତପାବନ ବାନା ,ପ୍ରଭହୁ ସୁଦର୍ଶନ ପାର୍ଶ୍ୱଦେବଦେବୀ ,ସର୍ବଶେଷରେ ମନ୍ଦିର ରେ ହଜାରହଜାର ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ଵନି ସହିତ ଭଜନ ସଂକ୍ରୀତନ ମଧ୍ୟରେ ବଡ଼ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଙ୍କ ସହିତ ନିଜେ ବିଜେକଲେ ମହାପ୍ରଭୁ ଜଗତ ନିୟତା ଜଗତରନାଥ ଜଗନ୍ନାଥ |ଏପରି ଏକ ଆଧ୍ୟାତ୍ମିକ ପରିବେଶ ରେ ଉପସ୍ଥିତ ରହି ମହାପ୍ରଭୁ ଙ୍କ ଆଶ୍ର୍ରୀବାଦ ଭିକ୍ଷା କଲେ ,ଢେଙ୍କାନାଳ ନଗରପାଳ ଜୟନ୍ତୀ ପାତ୍ର ,ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ଉପ ସଭାପତି ରାମଚନ୍ଦ୍ର ପାତ୍ର ,ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ସଭାପତି ପ୍ରଦୀପ କୁମାର ଦାସ ,ସହ ସମ୍ପାଦକ ସୌମ୍ୟ ରଞ୍ଜନ ମହାନ୍ତି ,ଗଁଦିଆ ବିଡ଼ିଓ ଆଶିଷ ରଞ୍ଜନ ସାହୁ ,ଏ ଡି ଏମ ଢେଙ୍କାନାଳ ସହିତ ବହୁ ଜ୍ଞାନୀଗୁଣୀ ରାଜନେତା ଙ୍କ ଠାରୁ ଆରମ୍ଭ କରି ହଜାର ହଜାର ଭକ୍ତ ଯୋଗ ଦେଇଥିଲେ |ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ସ୍ଥାନୀୟ ସରପଞ୍ଚ ବନମାଳୀ ଲେଙ୍କା ସ୍ପଷ୍ଟୀକରଣ ଦେଇଛନ୍ତି ଯେ ସ୍ଥାନୀୟ ଯୁବ ଗୋଷ୍ଠୀ ର ଅକ୍ଲାନ୍ତ ପରିଶ୍ରମ ଓ ଭକ୍ତି ପାଇଁ ଆଜି ଏହା ସନ୍ଥ ଶ୍ରୀକ୍ଷେତ୍ର ନାମରେ ରେ ପରିଣତ ହୋଇପାରିଛି l ଅଂଚଳରେ ଏକ ଭକ୍ତି ମୟ ବାତାବରଣ ଆବିର୍ଭାବ ହୋଇଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.