କଟକ ଜିଲ୍ଲା ପରିଷଦର 5ମ ବୈଠକ

କଟକ,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ପରିଷଦର 5ମ ବୈଠକ ଆଜି ପରିଷଦର ନବନିର୍ମିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ କୃଷି, କୃଷକ ସଶକ୍ତି, ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆନୁଷ୍ଠାନିକ ଭାବରେ ନବନିର୍ମିତ ସମ୍ମିଳନୀ କକ୍ଷକୁ ଉଦଘାଟନ କରିଥିଲେ l ପରିଷଦର 5ମ ବୈଠକ ରେ ଉଠା ଜଳସେଚନ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ,ଶିକ୍ଷା ଅଧିକାରୀ ଏବଂ ମୁଖ୍ୟଚିକିତ୍ସା ଅଧିକାରୀ ସେମାନଙ୍କର ବିବରଣୀ ଉପସ୍ଥାପନ କରିଥିଲେ l ଜିଲ୍ଲା ପରିଷଦର ସଭାପତି ଶ୍ରୀ କିଶୋର ମିଶ୍ର ଆଜିର ବୈଠକରେ ସଭାପତିତ୍ୱ କରିଥିଲେ l ପ୍ରାରମ୍ଭରେ କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ସଙ୍କର ଚୟନୀ ସ୍ୱାଗତ ଭାଷଣ ଦେଇ ଆଜିର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ l ରାଣୀ ରାସ ମଞ୍ଜରୀ ଦେବି ଙ୍କର ବିୟୋଗରେ ଏକ ଶୋଳ ପ୍ରସ୍ତାବ ଆଗତ କରାଯାଇ ରାଣୀ ଙ୍କର ଆତ୍ମାର ଶାନ୍ତି ପାଇଁ 2ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ରାଜ୍ୟ କୃଷି ଓ ମସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଣୀ ରାସ ମଞ୍ଜରୀ ଦେବି ଙ୍କର କର୍ମମୟ ଜୀବନୀ ଉପରେ ଆଲୋଚନା କରି ରାଣୀ 1940 ରୁ 1948 ପର୍ଯ୍ୟନ୍ତ ତିଗିରିଆ ର ଶାସନ ଗ୍ରହଣ କରି ନିଜକୁ ଜନସେବା କ୍ଷେତ୍ରରେ ଉତ୍ସର୍ଗ କରିଥିଲେ l ମନ୍ତ୍ରୀ ଶ୍ରୀ ସ୍ୱାଇଁ କଟକ ଜିଲ୍ଲାର ବିଭିନ୍ନ ବ୍ଲକ ରେ ପ୍ରକଳ୍ପ ଗୁଡିକ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଏଥି ସହିତ ଜିଲ୍ଲାରେ କୃଷିକ୍ଷେତ୍ରରେ ବିକାଶ ପାଇଁ ଗ୍ରାମାଞ୍ଚଳ ର ଜଳସେଚନ ବ୍ୟବସ୍ଥା କୁ ଗୁରୁତ୍ୱ ଦେବାପାଇଁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ବୈଠକରେ ଜିଲ୍ଲାପରିଷଦର ସଭାପତି କିଶୋରୀ ମିଶ୍ର କଟକ ଜିଲ୍ଲା ର 14ଟି ବ୍ଲକରେ ଚାଲିଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ l ଗତ 2022 ନଭେମ୍ବର 22 ତାରିଖ ଦିନ ଜିଲ୍ଲା ପରିଷଦର 4ର୍ଥ ବୈଠକ ରେ ପରିଷଦର ସଭାର ବିବରଣୀ ଉପସ୍ଥାପନ କରାଯାଇ ତାହା ସର୍ବସମ୍ମତି କ୍ରମରେ ଗୃହୀତ ହୋଇଥିଲା l ପରିଷଦର କେତେକ ସଦସ୍ୟ ନିଜନିଜ ଅଞ୍ଚଳ ରେ ବିଭିନ୍ନ ସମସ୍ୟା ଉପସ୍ଥାପନ କରି ଅସନ୍ତୋଷ ପ୍ରକାଶ କରିଥିଲେ l ଆଜିର ବୈଠକରେ ପୂର୍ବତନ ମନ୍ତ୍ରୀ ଦେବି ପ୍ରସାଦ ମିଶ୍ର, ବିଧାୟକ ପ୍ରକାଶ ବେହେରା,ବିଧାୟକ ଡ଼. ପ୍ରମୋଦ ମଲ୍ଲିକ ଉପସ୍ଥିତ ଥିଲେ l ଏହି ବୈଠକ ରେ ବିଭିନ୍ନ ବ୍ଲକର ଜଳସେଚନ ବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅମ୍ବର କୁମାର କର ଜିଲ୍ଲା ପରିଷଦର ଏକ ବିବରଣୀ ଉପସ୍ଥାପନ କରିଥିଲେ l ଶେଷରେ ଉପାଧ୍ୟାକ୍ଷା ସୁଭଦ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର ବୈଠକରେ ଜିଲ୍ଲା ପରିଷଦର କେତେକ ସଦସ୍ୟ ମାନେ କେତେକ ପ୍ରସ୍ତାବ ଆଗତ କରିଥିଲେ l

Leave a Reply

Your email address will not be published.