ନନ୍ଦନକାନନର ୬୩ତମ ପ୍ରତିଷ୍ଠା ଦିବସ

ବାରଙ୍ଗ,(ନାଗରାଜ ନ୍ୟୁଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୬୨ ବର୍ଷ ପୁରି ୬୩ ବର୍ଷରେ ପଦାର୍ପଣ କରିଛି। ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ନନ୍ଦନକାନ ପ୍ରତିଷ୍ଠା କରା ଯାଇଥିଲା। ପ୍ରତିଷ୍ଠା କରାଯାଇଥିବା ୬୩ତମ ପ୍ରତିଷ୍ଠା ଦିବସ ପାଳନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉତ୍ସବମୂଖର ହୋଇ ଉଠିଥିଲା । ନନ୍ଦନକାନନ ନବ ବଧୂବେଶରେ ସଜେଇ ହୋଇଥିଲା। ଟିକେଟ ଘରଠାରୁ ପ୍ରବେଶ ଫାଟକ ସହିତ ପରିସର ଫୁଲ ଓ ବେଲୁନରେ ସଜାଯାଇଥିଲା। ପ୍ରତିଷ୍ଠା ଦିବସର ମୁଖ୍ୟ ଅତିଥି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଓ ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍ ) ସୁଶିଲ କୁମାର ପୋପଲି ଓ ବନ ବାହିନୀ ମୁଖ୍ୟ (ପିସିସିଏଫ୍ )ଦେବୀଦତ୍ତ ବିଶ୍ଵାଳ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀଯୁକ୍ତ ଅମାତ ପ୍ରଥମେ ୨୦ଲକ୍ଷ ଟଙ୍କା ବିନିଯୋଗରେ ଉନ୍ନତିକରଣ କରାଯାଇଥବା ବହୁ ପ୍ରତିକ୍ଷିତ ଶିଶୁ ଉଦ୍ୟାନ ଉନ୍ମୋଚନ କରାଯାଇଥିଲା। ପରେ ବହୁ ଅର୍ଥ ବ୍ୟୟରେ ନିର୍ମିତ ମା’ ପରିତ୍ୟକ୍ତ ଓ ମା ଛେଉଣ୍ଡ ଶିଶୁ ଜୀବଙ୍କ ଲାଳନ ପାଳନ ଚିକିତ୍ସା କେନ୍ଦ୍ର ଓ ଅସୁସ୍ଥ ,ଗୁରୁତର ଜୀବଜନ୍ତୁଙ୍କ ଚିକିତ୍ସା ଲାଗି ବହୁ ଅର୍ଥ ବ୍ୟୟରେ ଆଧୁନିକ ଓଟି ଲାଇଟ,ପୋଟେବୁଲ ଏକ୍ସରେ, ଅଲଟ୍ରା ସାଉଣ୍ଡ,ଆନେସ୍ଥେସିଆ ଯନ୍ତ୍ରପାତ୍ରୀ କ୍ରୟକରି ରଖାଯାଇଥିବା ଓଟି ରୁମ ବା ଶଲ୍ୟ ଚିକିତ୍ସା ଗୃହକୁ ଉଦଘାଟନ କରାଯାଇଥିଲା। ଗତ ୧୫ ତାରିଖରେ ନନ୍ଦନକାନନକୁ ମଇଶୂରରୁ ଅଣାଯାଇଥିବା ୪ଟି ମିରକାଟଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖୁଦ୍ର ସ୍ଥନ୍ୟପାୟୀ ଉଦ୍ୟାନ ପରିସରର ଏକ ଖୁଆଡ ମଧ୍ୟକୁ ପର୍ଯ୍ୟଟକଙ୍କ ଦର୍ଶନାର୍ଥେ ଛଡାଯାଇଥିଲା। ଏହି ଅବସରରେ ନନ୍ଦନକାନନ କାର୍ଯ୍ୟାଳୟ ସମ୍ମୁଖ ଉଦ୍ୟାନରେ ଉପନିର୍ଦ୍ଦେଶକ ସଂଜିତ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଯୋଗ ଦେଇ ମୁଖ୍ୟ ଅତିଥି ଜଙ୍ଗଲ ବିଭାଗ ମନ୍ତ୍ରୀ କହିଥିଲେ ନନ୍ଦନକାନନର ବିକାଶ ନିରନ୍ତର ଜାରି ରହିଛି। ବଜ୍ରକାପ୍ତା ପ୍ରଜନନ,ଘଡିଆଳ କୁମ୍ଭୀର ପ୍ରଜନନ,କଳାବାଘ ପ୍ରଜନନ ଭଳି ଉଲ୍ଲେଖନୀୟ ସଫଳତା ମିଳିଛି।। ଆଜିର ଉଦଘାଟନ ସହିତ ମୁଖ୍ୟ ମନ୍ତ୍ରୀଙ୍କ କର କମଳରେ ଭାରତ ବର୍ଷର ବଡ ଗାଡି ରହଣୀ ସ୍ଥଳୀ ନିର୍ମାଣ କରି ଉଦଘାଟନ କରାଯାଇଛି। ନନ୍ଦନକାନନର କଳେବର ବୃଦ୍ଧି ଲାଗି ଚୂଡଙ୍ଗ ଓ କୃଷ୍ଣ ନଗରର ଦେଢ ସହ ଏକର ଜମିକୁ ସାମିଲ କରିବାର କାର୍ଯ୍ୟ ଚାଲିଛି।

ନୂଆ ଜୀବଜନ୍ତୁ ଆଣିବା ପାଇଁ ମଧ୍ୟ ଯୋଜନା ଚାଲିଛି। ଆହୁରି ଉନ୍ନତି କରି ବିଶ୍ବ ସ୍ତରୀୟ କରିବାକୁ ଯୋଜନା ଜାରି ରହିଛି। ସମ୍ମାନିତ ଅତିଥି ସୁରେଶ କୁମାର ରାଉତରାୟ ନନ୍ଦନକାନନର ସୀମା ବୃଦ୍ଧି କରିବା ଲାଗି ଯୋଜନାକୁ ମଞ୍ଜୁର କରାଯାଇଥିବାରୁ ମୁଖ୍ୟ ମନ୍ତ୍ରୀ ନିବନ ପଟ୍ଟନାୟକ ଓ ଜଙ୍ଗଲ ମନ୍ତ୍ରୀ ପ୍ରଦିପ ଅମାତଙ୍କର ପ୍ରଶଂସା କରିଥିଲେ। ହେଲେ ଜାଗାକୁ ସାମିଲ କରିବା ପୂର୍ବରୁ ଜଙ୍ଗଲ ଭିତରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ବିସ୍ଥାପନ କରି ଥଇଥାନ କରିବା ଲାଗି ନିବେଦନ କରିଥିଲେ। ଏଥିସହିତ ନନ୍ଦନକାନନ ପରିସରର ହରିଣ ପାର୍କକୁ ସଫା ରଖିବା ଓ ସାପଙ୍କ ସଂଖ୍ୟା କମ୍ ଥିବାକୁ ବିଭିନ୍ନ ପ୍ରାଜାତିର ଅକଧି ସାପ ଆଣିବା ଲାଗି ନିବେଦନ କରିଥିଲେ। ପିସିସିଏଫ୍ ଶ୍ରୀଯୁକ୍ତ ପୋପଲି କହିଥିଲେ ନନ୍ଦନକାନନ କେବଳ ପ୍ରଣୀ ଉଦ୍ୟାନ ନୁହଁ,ପରିବେଶରେ ସନ୍ତୁଳନ ରକ୍ଷା ଓ ଗବେଷଣା କ୍ଷେତ୍ରରେ ଉ‌େ୍ଲ୍ଲଖନୀୟ କାର୍ଯ୍ୟ କରିଆସୁଛି। ବିଶ୍ବରେ ପ୍ରଥମ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରି ସଫଳ‌ ହୋଇପାରିଛି। ନନ୍ଦନକାନନର ବଜ୍ରକାପ୍ତ ସଂଖ୍ୟା ଏବେ ୨୬ ହୋଇପାରିଛି। ବିପଦରେ ଥିବା ଘଡିଆଳ କୁମ୍ଭୀର ବଂଶର ସୁରକ୍ଷା ଲାଗି ପ୍ରଜନନ କରାଇବା ସହ ମହାନଦୀରେ ଘଡିଅଳ କୁମ୍ଭୀର ଛାଡିବା ଭଳି ଗୁରୁତ୍ବପୂର୍ଣ୍ଣ ଭୁମୀକା ଗ୍ରହଣ କରିଛି। ବନ ବାହିନୀର ମୁଖ୍ୟ ଶ୍ରୀଯୁକ୍ତ ବିଶ୍ବାଳ କହିଥିଲେ ନନ୍ଦନକାନନର ବିକାଶ ଅତିତର ଅଭିଜ୍ଞତା ଓ ଅନୁଭୂତିକୁ ନେଇ ପ୍ରତ୍ୟକ ଅବସର ପ୍ରାପ୍ତ ଅଧିକାରୀ,କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହୋଯୋଗର ପାଇଁ ସମ୍ଭବ ହୋଇପାରିଛି। ବାର୍ଷିକ ଦିବସ ଅବସରରେ ମୁଖ୍ୟ ଅତିଥି ଓ ଅତିଥିମାନଙ୍କ ଦ୍ବାରା ନନ୍ଦନକାନନର ବାର୍ଷିକ ପୁସ୍ତକ,ପରିବେଶକୁ ଅଗନ୍ତୁକ ପକ୍ଷୀଙ୍କ ଫଟଚିତ୍ର ପୁସ୍ତକ ଓ ନନ୍ଦନକାନନର କ୍ୟାଲେଣ୍ଡର ଜନ୍ମୋଚନ କରାଯାଇଛି। ସହିତ ଉଲ୍ଲେଖନୀୟ ସେବା ପାଇଁ ନନ୍ଦନକାନନର ଅକ୍ଷୟ କୁମାର ଦାସ,ଦୁଷ୍ମନ୍ତ ନାଏକ,ସନ୍ଦିପ ସଚିଦାନନ୍ଦ ଦାସ,ଫରେଷ୍ଟର ଜ୍ୟୋତ୍ସନା ପାତ୍ର,ଫରେଷ୍ଟର ସୁଧିର କୁମାର ବେହେରାଙ୍କ ସମେତ ମୋଟ ୧୪ ଜଣ କର୍ମଚରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନନ୍ଦନକାନନର ନିର୍ଦ୍ଦେଶକ ଡ଼ ମନୋଜ ଭି ନାୟର ବୀବରଣୀ ପାଠ କରିଥିବା ବେଳେ ଉପନିର୍ଦ୍ଦେଶକ ଡ଼ ସଞ୍ଜିତ କୁମାର ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.