ଷଷ୍ଠ ବାର୍ଷିକ ମା ବାଉତୀ କ୍ରିକେଟ ତୁର୍ଣ୍ଣାମେଂଟ ରାଇତଳା ବିଜେତା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗଁଦିଆ ବ୍ଲକ ଅନ୍ତର୍ଗତ ସୋରିଶିଆପଦା ଗ୍ରାମ ପଞ୍ଚାୟତ ଅଧିନ ଚାଉଳିଆ ଗ୍ରାମ ଠାରେ ଅବସ୍ଥିତ ଖେଳ ପଡିଆ ଠାରେ ଷଷ୍ଠ ବାର୍ଷିକ ମା ବାଉତି କ୍ରିକେଟ ତୁର୍ଣ୍ଣାମେଣ୍ଟ ର ଆଜି ଥିଲା ଶେଷ ଦିନ ଆଜିର ଫାଇନାଲ ମ୍ୟାଚ ରାଇତଳା ଦଳ ଓ ବାଇଶିଆ ଦଳ ମଧ୍ୟରେଅନୁଷ୍ଠିତ ହୋଇଥିଲା ପ୍ରଥମେ ଟସ ଜିଣି ରାଇତଲା ଦଳ ପ୍ରଥମେ ବ୍ୟାଟ ଧରି ନିର୍ଦ୍ଧାରିତ୧୪,୩ଓଭର ଖେଳି ସମସ୍ତ ଇଉକେଟ୧୮୭ରନ ସଂଗ୍ରହ କରିଥିଲା ଏହାର ଜବାବରେ ବାଇଁଶିଆ ଦଳ୧୩,୩ଓଭର ଖେଳି ସମସ୍ତ ଉଇକେଟ ହରାଇ ମୋଟ ସମସ୍ତ ଉଇକେଟ ହରାଇମୋଟ୧୪୯ରନ ସଂଗ୍ରହ କରି ପରାଜିତ ହୋଇ ଥିଲା, ଖେଳ ପରିଚାଳନା କରିଥିଲେ ଅମ୍ପାୟାର ଅଶ୍ୱିନ ପାଣି ଓ ପ୍ରଭାତ ଦେହୁରୀ, ଅପରାହ୍ନ୫ଟାରେ ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଥିଲା ଉକ୍ତ ସୋରିଶିଆପଦା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବାଉରୀ ବନ୍ଧୁ ପ୍ରଧାନ ଙ୍କର ସଭାପତିତ୍ୟୁରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାନ ସମ୍ନାନିତ ଅତିଥି ଭାବେ ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ,ଗଁଦିଆପଞ୍ଚାୟତ ସମିତି ଅଧକ୍ଷା ରୀନା ରାଣୀ ଖଟୁଆ ମୁଖ୍ୟ ବକ୍ତା ଭାବରେ ଗଁଦିଆ ବ୍ଲକ ବି ଜେ ଡି ସଭାପତି ବିଶ୍ୱ ନାଥ ଜେନା, ବିଧାୟକ ଙ୍କର ଗଁଦିଆ ବ୍ଲକ ପ୍ରତିନିଧି ନିରାକାର ରାଉତ,୪ନଂ ଜିଲ୍ଲା ପରିଷଦ ଯୋନ ସଭ୍ୟ ବିଭୁତି ଭୋଇ ସ୍ଥାନୀୟ ସମିତି ସଭ୍ୟl ଦଶମା କାଲୁଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ ସହିତ ମଞ୍ଚସିନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଅନ୍ୟ ସମ୍ନାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ବି ଜେ ଡ଼ି ସମ୍ପାଦକ ସନ୍ତୋଷ କୁମାର ବିଶ୍ବାଳ ସରପଞ୍ଚ ଓଁମ ପ୍ରକାଶ ଦାସ,ଗୌତମ ପ୍ରଧାନ, ବନମାଳୀ ଲେଙ୍କା, ରାହୁଲ ମହାଳିକ, ସମିତି ସଭ୍ୟ ବଳରାମ ପରିଡା, ସାଗର ତୃଷ୍ନା ଦଳାଇ ଓ ଚାଉଳିଆ ଗ୍ରାମ ସଭାପତି ନୃସିଂହ ଚରଣ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ ଆଜିର ଫାଇନାଲ ଖେଳର ମ୍ୟାନ ଅଫ ଦି ମ୍ୟାଚ ବିଜୟ ରାଇତଲା ଦଳର ଖେଳାଳି ଜି ମୋହନ କୁମାର ଓ ଉକ୍ତ ତୁର୍ଣ୍ଣାମେଂଟ ର ଶ୍ରେଷ୍ଠ ଖେଳାଳି ଉପ ବିଜେତା ଦଳର ପାଣ୍ଡବ ବାରିକ ମୁଖ୍ୟ ଅତିଥି ଙ୍କ ସମେତ ଅନ୍ୟ ଅତିଥି ମାନେ ମିଳିତ ଭାବରେ ଉପ ବିଜେତା ବାଇଁସିଆ ଦଳ କୁ ରନର କପ ଓ ଚଳିତ ବର୍ଷ ର ବିଜେତା ରାଇତଳା ଦଳକୁ ଚମ୍ପିୟାନ ଟ୍ରଫି2ପ୍ରଦାନ କରିଥିଲେ ଉକ୍ତ ତୁର୍ଣ୍ଣାମେଂଟ ଚଳିତ ମାସ2 ତାରିଖରୁ ଆରମ୍ଭ ହୋଇଥିଲା ଏଥିରେ ମୋଟ16ଟି ଦଳ ଅଂଶ ଗ୍ରହଣ କରିଥିଲେ ମା ବାଉତୀ କ୍ରିକେଟ ଟିମ ସଦସ୍ୟ ମାନଙ୍କଦ୍ୱାରା ଉକ୍ତ ତୁର୍ଣ୍ଣାମେଂଟ ଅନୁଷ୍ଟିତ ହୋଇଥିଲା .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.