ଉର୍ଜାବାନ ଓଡିଶା ପକ୍ଷରୁ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ପାଳିତ

ପୁରୀ,(ନାଗରାଜ ନ୍ୟୁଜ): ଯୁବ ସମାଜର ଆଦର୍ଶ ତଥା ପ୍ରେରଣାର ଉତ୍ସ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ୍ ଜୟନ୍ତୀ ଆଜି ଉର୍ଜାବାନ ଓଡିଶା ପରିବାର ପକ୍ଷରୁ ପାଳିତ ହୋଇଯାଇଛି l ସଂଗଠନର ସଦସ୍ୟ ସଦସ୍ୟା ମାନେ ମିଳିତ ଭାବେ ଦିଗବାରେଣୀ ଠାରେ ଥିବା ବିବେକାନନ୍ଦଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ l ଏହି ଅବସରରେ ସଂଗଠନର ସଭାପତି ସନ୍ତୋଷ ସେନାପତି ବିବେକାନନ୍ଦଙ୍କ ବ୍ୟକ୍ତିତ୍ୱ କିପରି ଭାବରେ ସମାଜ ଗଠନ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ନିଜ ବକ୍ତବ୍ୟରେ କହିଥିଲେ l ସଂପାଦିକା ନିହାରିକା ତ୍ରିପାଠୀ ବିବେକାନନ୍ଦଙ୍କ ସେବା ମନୋଭାବ ତଥା ଭାରତକୁ ବିଶ୍ଵ ଗୁରୁ ରୂପେ ପୁନଃ ପ୍ରତିଷ୍ଠା କରିବା ପାଇଁ ତାଙ୍କର ଉଦ୍ୟମ ବିଷୟରେ ମତ ପୋଷଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କୋଷାଧକ୍ଷ ସୀତାରାମ ସେନାପତି, ଦିଲ୍ଲୀପ ଚିନ୍ନାରା, ଜଗନ୍ନାଥ ପଣ୍ଡା, ଜିତେନ୍ଦ୍ର ପାତ୍ର ଅଶ୍ୱିନୀ ସ୍ୱାଇଁ ଉପସ୍ଥିତ ଥିଲେ l

Leave a Reply

Your email address will not be published.