ସିଟି କଲେଜରେ ଜାତୀୟ ମତଦାତା ଦିବସ

କଟକ,(ନାଗରାଜ ନ୍ୟୁଜ): ନେତାଜୀ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ,କଟକ ମ୍ୟୁନିସିପାଲ କର୍ପୋରେସନ ସହଯୋଗ କ୍ରମେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ତରଫରୁ ଓଡ଼ିଆ ଓ ଇଂରାଜୀ ଭାଷାରେ ତର୍କ ପ୍ରତିଯୋଗିତା ସହିତ ‘ଗଣତନ୍ତ୍ର ଓ ନିର୍ବାଚନୀ ଅଭ୍ୟାସ ‘ଆଧାରିତ ଚିତ୍ରାଙ୍କନ ଓ ଲିଖିତ କ୍ଵିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ମ୍ୟୁନିସିପାଲ କର୍ପୋରେସନର ଡେପୁଟି କମିଶନର ଅମିୟ କୁମାର ପଣ୍ଡା,ଡେପୁଟି କଲେକ୍ଟର ପୁଷ୍ପଶ୍ରୀ ସାଣ୍ଡିଲ,ସହକାରୀ କଲେକ୍ଟର କୃଷ୍ଣକାନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଅଧ୍ୟକ୍ଷ ଡଃ ସରୋଜ ଦେଓଭଞ୍ଜ ଅତିଥିମାନଙ୍କୁ ସ୍ଵାଗତ କରିବା ସହ ଯୁବକ ଯୁବତୀ ମାନଙ୍କୁ ମତଦାତା ଭାବେ ପଞ୍ଜୀକୃତ ହେବାକୁ ଓ ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଅଧ୍ୟାପିକା ଆରତୀ ଦାସ, ଡକ୍ଟର ଧରଣୀଧର ପଣ୍ଡା ,ଡଃ ଅରୁଣ କୁମାର ଦାଶ, ଦେବାଶିଷ ମହାନ୍ତି,ଦିଗମ୍ବର ରାଉତରାୟ, ଡକ୍ଟର ତୃପ୍ତି ମହାନ୍ତି, ପ୍ରକାଶ କୁମାର ପଟ୍ଟନାୟକ,ଅନନ୍ୟା ଅନୁସ୍ମିତା ,କର୍ମଚାରୀ ଶକ୍ତି ପ୍ରସାଦ ମହାନ୍ତି, ସୁନୀଲ କୁମାର ରାଉତ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ଓ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ବିଜୟୀ ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published.