ଖଇରା ବ୍ଲକରେ ଖୋଲିଲା ୭ ଧାନମଣ୍ଡି, ଚାଷୀଙ୍କୁ ଉଚିତ ନ୍ୟାୟ ମିଳିବା ଦରକାର

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲା ଅଧୀନ ଖଇରା ବ୍ଲକର ୭ସେବା ସମବାୟ ସମିତରେ ବୁଧବାର ଠାରୁ ଧାନ କିଣା ଆରମ୍ଭ ହୋଇଛି ା ସିମୁଳିଆ ବିଧାୟକ ଜ୍ୟୋତି ପ୍ରଜାଶ ପାଣିଗ୍ରାହୀ ,ବିବିସିସିବି ର ସଭାପତି ଗଣେଷ ମହାପାତ୍ର ଓ ସହକାରୀ ନିବନ୍ଧକ ଅମୁଲ୍ୟ କୁମାର ସେଠି,ବିବିସିସିବି ଖଇରା ଶାଖାର ପରିଚାଳକ ଯଦୁନାଥ ସ, ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଗୁଡିକର ଉଦଘାଟନ କରିଥିଲେ ା ପ୍ରଥମେ ଡୁଙ୍ଗୁରା ସେବା ସମବାୟ ସମିତି ସମ୍ପାଦକ ବିଭୁତି ଭୁଷଣ ରାଉତ,ବୋର୍ଡ ସଭାପତି ଶତ୍ରୁଘ୍ନ ମହାନ୍ତି ଙ୍କ ଉପସ୍ଥିତିରେ ଧାନ କିଣା ଆରମ୍ଭ ହୋଇଥିଲା ା ଗୋଳିହା ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମରେ ବୋର୍ଡ ସଭାପତି ରମେଶ ଚନ୍ଦ୍ର ଘଡୋଇ,ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା ପରେ ଖଇରା ଧାନମଣ୍ଡି ଉଦଘାଟନ ରେ ବୋର୍ଡ ସଭାପତି ସୌମ୍ୟରଞ୍ଜନ ନାୟକ , ସମ୍ପାଦକ ଶ୍ରିକାନ୍ତ ପଲେଇ,ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର ,ସମିତି ସଭ୍ୟା ନର୍ମଦା ଦେଓ,ସାରକୋଣା ସରପଞ୍ଚ ସୁଶାନ୍ତ ନାୟକ,ବ୍ଲକ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ା ଗୋବିନ୍ଦପୁର ମଣ୍ଡି ଉଦଘାଟନରେ ବୋର୍ଡ ସଭାପତି ରବିନ୍ଦ୍ର କୁମାର ବେହେରା,ସମ୍ପାଦକ ପ୍ରଫୁଲ୍ଲ କୁମାର ଖଣ୍ଡା ,ଯୁବ ନେତା ଅନନ୍ତ ପ୍ରସାଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ା ମୋଟ ୬ଜଣ ଚାଷୀଙ୍କ ନିକଟରୁ ୨୪୨.୪୧କୁଇଣ୍ଟାଲ ଧାନକିଣା ଯାଇଥିଲା ା

ସେହିଭଳି ମିର୍ଜାପୁର ସମିତିରେ ଧାନକ୍ରୟ କେନ୍ଦ୍ର ଉଦ୍ଘାଟନରେ ସଭାପତି ସନ୍ତୋଷ କୁମାର ନାୟକ,ସମ୍ପାଦକ ଦେବାଶିଷ ପାଢୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ା ପ୍ରଥମ ଚାଷୀ ଭାବେ ଉପେନ୍ଦ୍ର ସେଠୀଙ୍କ ନିକଟରୁ ୨୭କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା ା ଗଗନଧୁଳି ଧାନକ୍ରୟ କେନ୍ଦ୍ର ଉଦଘାଟନରେ ବୋର୍ଡ ସଭାପତି ହରେକୃଷ୍ଣ ଶତପଥି ,ସମ୍ପାଦକ ଗଗନ ବିହାରୀ ଜେନା,ସମିତିସଭ୍ୟ ରମାକାନ୍ତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ା କୁରୁଣ୍ଟା ପଞ୍ଚାୟତରେ ଉଦଘାଟନୀ ଅବସରରେ ଆୟୋଜିତ ସଭାରେ ଜିଲା ପରିଷଦ ସଭ୍ୟ ମାନସ କୁମାର ଦାଶ ପୌରହିତ୍ୟ କରିଥିଲେ ା ବିଧାୟକ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଅମଳ କରୁଛି ା ଏଣୁ ତାଙ୍କୁ ଉଚିତ ନ୍ୟାୟ ମିଳିବା ଦରକାର ା ଚାଷୀଙ୍କର କିଛି ଅଭିଯୋଗ ଉପରେ ବକ୍ତବ୍ୟ ରଖି ଧାର୍ଯ୍ୟଦିବସର ଧାନ କିଣା ସମୟରେ ସେ ନିଜେ ଉପସ୍ଥିତ ରହି ତଦାରଖ କରିବେ ବୋଲି କହିଥିଲେ ା ସମ୍ପାଦକ ଶରତ କୁମାର ପଣ୍ଡା ଆବାହକତ୍ବରେ ଆୟୋଜିତ ସଭାରେ ନନ୍ଦୁର ସରପଞ୍ଚ ଜୟନ୍ତୀ ପତି ସମିତି ସଭ୍ୟା ଦମୟନ୍ତି ସିଂ ଉପସ୍ଥିତ ଥିଲେ .

ବାଲେଶ୍ବର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.