ସିଟି କଲେଜରେ ଆଜାଦୀକା ଅମୃତ ମହୋତ୍ସବ ରଥ

କଟକ,(ନାଗରାଜ ନ୍ୟୁଜ): ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ କଟକ ଶାଖା ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ଯାତ୍ରା ପାଳନ ଅବସରରେ ସ୍ଵାମୀ ବିବେକାନନ୍ଦଙ୍କ ଜାତୀୟତାବାଦର ବିକାଶ ପାଇଁ ଅବଦାନ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଯଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ,ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଭୃତିଙ୍କ ରାଷ୍ଟ୍ର ଗଠନରେ ଅତୁଳନୀୟ ଅବଦାନକୁ ସ୍ମରଣ କରି ଏକ ସ୍ବତନ୍ତ୍ର ରଥ ନଗର ପରିକ୍ରମା କରିଥିଲା। ନେତାଜୀ ସୁଭାଷ ସ୍ମାରକୀ ସିଟି କଲେଜରେ ଏହି ଯାତ୍ରା ପହଞ୍ଚିବା ପରେ ଅଧ୍ୟକ୍ଷ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଏହାକୁ ସ୍ଵାଗତ କରି ଭାରତମାତାଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରିଥିଲେ। ଅଧ୍ୟକ୍ଷ ଡଃ ସରୋଜ ଦେଓଭଞ୍ଜ ଓ ବିବେକାନନ୍ଦ କେନ୍ଦ୍ରର ସଦସ୍ୟମାନେ କଲେଜ ପରିସରରେ ଥିବା ନେତାଜୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସମାଜକୁ ଜାଗ୍ରତ କରିବା ଉପରେ ଆଧାରିତ ଏକ ପଥପ୍ରାନ୍ତ ନାଟକ ଅଭିନୀତ ହୋଇଥିଲା ଓ ଦେଶାତ୍ମବୋଧକ ସଂଗୀତ ଗାନ କରାଯାଇଥିଲା। ଅଧ୍ୟକ୍ଷ ଡଃ ଦେଓଭଞ୍ଜ ତାଙ୍କ ସ୍ଵାଗତ ଭାଷଣରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ କର୍ମଚାରୀଙ୍କୁ ଗୁଣ୍ଡୁଚି ମୂଷା ସଦୃଶ ହେଉପଛେ ରାଷ୍ଟ୍ର ଗଠନ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡଃ ଧରଣୀଧର ପଣ୍ଡା ସ୍ଵାମୀ ବିବେକାନନ୍ଦଙ୍କ ଜାତୀୟତା ଭାବ କିପରି ସମସ୍ତ ସ୍ଵାଧୀନତା ସଂଗ୍ରାମୀଙ୍କ ମନରେ ପ୍ରଭାବ ପକାଇଥିଲା ତାହା ଉଲ୍ଲେଖ କରିଥିଲେ। ଡକ୍ଟର ଅରୁଣ କୁମାର ଦାଶ, ଡକ୍ଟର ରେଖା ପଣ୍ଡା, ଡକ୍ଟର ସନ୍ତୋଷ କୁମାର ସାମଲ, ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published.