ପାଣିରେ ବୁଡି ଜଣେ ୧୬ ବର୍ଷ ବାଳକର ମୃତ୍ୟୁ

କଟକ, (ଭରତ ମହାରଣା): କଟକ ସଦର ଥାନା ଜରିପଡା ବାଲିଘାଟ କାଠଯୋଡ଼ି ନଦୀର ଶାଖା ସିଢୁଆ ନଦୀରେ ଗୋଡ ଖସିଯିବା କାରଣରୁ ପାଣିରେ ବୁଡି ଜଣେ ୧୬ ବର୍ଷ ବାଳକର ମୃତ୍ୟୁ ହୋଇଛି । ବୁଡ଼ି ଯାଇଥିବା ନାବାଳକ ଜଣକ ହେଉଛନ୍ତି ଗୋବିନ୍ଦ ଚନ୍ଦ୍ର ବାରିକ । ଘର ଫୁଲନଖରା ନିକଟସ୍ଥ ବମ୍ପକୁଦ ଗ୍ରାମରେ । ଗୋବିନ୍ଦ ପାଣିରେ ବୁଡ଼ି ଯିବା ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

କଟକ ସଦର ପିସିଆର ଟିମ ଏବଂ ବାରଙ୍ଗ ଅଗ୍ନିସମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ନାବାଳକକୁ ପାଇନଥିଲେ । ଆଜି ସକାଳେ ବୁଡ଼ି ଯାଇଥିବା ସ୍ଥାନ ଠାରୁ କିଛି ଦୂରରେ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଅଗ୍ନିସମ କର୍ମଚାରୀ ମାନେ ମୃତ ଦେହକୁ ପାଣିରୁ ଉଦ୍ଧାର କରି ଉପରକୁ ଆଣିବା ପରେ କଟକ ସଦର ପୋଲିସ ନାବାଳକର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛନ୍ତି ।

Leave a Reply

Your email address will not be published.