ନାରେନ ଗ୍ରାମଠାରେ ବ୍ଲକସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ନାରେନ ଗ୍ରାମଠାରେ ନେହରୁ ଯୁବକେନ୍ଦ୍ର ତରଫରୁ ଆଦର୍ଶ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ଫୁଟବଲ, ଭଲିବଲ ଏବଂ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଦୁଇଦିନ ଧରି ନାରେନ ଖେଳ ପଡିଆଠାରେ ଚାଲିଥିଲା । ଫୁଟବଲ ଖେଳରେ ବିନେକେଲାଦଳ ଚମ୍ପିୟାନ ଓ ଭଲିବଲ ଖେଳରେ ନାରେନଦଳ ଚମ୍ପିୟାନ ଏବଂ ଶହେ ମିଟର, ଦୁଇଶହ ମିଟର ଓ ଚାରିସହ ମିଟର ଦୌଡରେ ତିନି ଜଣଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ଆୟୋଜିତ ପ୍ରତିଯୋଗିତାରେ ନେହେରୁ ଯୁବକେନ୍ଦ୍ର ଅନୁଷ୍ଠାନ ବଲାଙ୍ଗୀରର ଜିଲ୍ଲା ଯୁବ ସଂଯୋଜକ ଏ. ଭି ନରସିଂମା ମୁଖ୍ୟ ଅତିଥିରୂପେ ଯୋଗଦେଇ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ ।

ସମ୍ମାନିତ ଅତିଥି ନାରେନ ନାଏବ ସରପଞ୍ଚ ସତ୍ୟାନନ୍ଦ ରଣା, ଟିଟିଲାଗଡ଼ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ନଗର ସଭାପତି ନିତ୍ୟାନନ୍ଦ ମାଝୀ, ସଂଘଠକ ଥବୀର ପୁଝାରୀ, ସଦସ୍ୟ ପ୍ରଫୁଲ୍ଲ ପ୍ରଧାନୀ, ସ୍ୱେଛାସେବୀ ସରୋଜ ପୁଝାରୀ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ନାରେନ ଉଚ୍ଚବିଦ୍ୟାଳୟର ପିଇଟି ଶିକ୍ଷକ ବନମାଳୀ ସ୍ୱାଇଁ ଖେଳ ପରିଚାଳନା କରିଥିଲେ ।

Leave a Reply

Your email address will not be published.