ସେଣ୍ଟର ଫର ଆକ୍ସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ସେଣ୍ଟର ଫର ଆକ୍ସନ ତରଫରୁ ସ୍ଥାନୀୟ ଗୀତା ବୃଦ୍ଧା ଆଶ୍ରମଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦ଜଣ ହସ୍ପିଟାଲ କର୍ମଚାରୀଙ୍କୁ ସମ୍ମାନୀତ କରାଯାଇଥିଲା । ପୁରୀ ବିଧାୟକ ଜୟନ୍ତ ଷଢଙ୍ଗୀ ଏବଂ ପୁରୀ ଜିଲ୍ଲାର ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଦେବି ପ୍ରସାଦ ମହାପାତ୍ର ଉକ୍ତ କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ସମସ୍ତ ସଭ୍ୟଙ୍କ ସହଯୋଗରେ ୩୭ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ କରାଯାଇଥିଲା । ଅନ୍ୟପକ୍ଷରେ ଦଇତାପତି ନିଯୋଗର ସଭାପତି ରବୀନ୍ଦ୍ର ଦାସ ମହାପାତ୍ର ଓ ସମ୍ପାଦକ ଦୁର୍ଗା ପ୍ରସାଦ ମହାପାତ୍ର ଏବଂ ଭିତର ସେବାୟତ ନିଯୋଗର ସମ୍ପାଦକ ରାଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତି ଥିଲେ । ଅନୁଷ୍ଠାନର ସଭାପତି ନିରଞ୍ଜନ ରଥ ଉପସଭାପତି ବିନାୟକ ଦାସ ମହାପାତ୍ର ଓ ସମ୍ପାଦକ ଅନାଥ ଦାସ ମହାପାତ୍ରଙ୍କ ସମେତ ଶ୍ୟାମାସୁନ୍ଦର ମହାପାତ୍ର, ସଞ୍ଜନସାହୁ, ଜୟଦେବୀ, ତପନ ମୁଖାର୍ଜୀ ଓ ବିଦୁତଲତା ଆଚାର୍ୟ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published.