ଦିବ୍ୟ ଭରସା ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବାରଙ୍ଗ, (ନାଗରାଜ ନ୍ୟୁଜ): ବାରଙ୍ଗ ବ୍ଲକ ଅନ୍ତର୍ଗତ ନରଣପୁର ଗ୍ରାମରେ ଥିବା ଶ୍ରୀ ଭଗବତ ପୀଠରେ ରକ୍ତଦାନ ଶିବିର ଦିବ୍ୟଭରଷା ପରିବାର ଓ ନରଣପୁରର ମହାବୀର କ୍ଲବ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବେଲଗଛିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ମିନତୀ ସାହୁ, ନରଣପୁର ଗ୍ରାମର ବୈଜେଷ୍ଟ ବ୍ୟକ୍ତି ରାମଚନ୍ଦ୍ର ସ୍ୱାଇଁ ଅତିଥି ରୂପେ ଯୋଗଦେଇଥିଲେ । ଶିବିରକୁ ଦିବ୍ୟଭରଷା ପରିବାରର ସଭାନେତ୍ରୀ ଶ୍ରୀମତୀ ମିନତୀ ଶତପଥୀ ଓ ମହାବୀର କ୍ଲବର ସଭାପତି ଅକ୍ଷୟ ବିଶ୍ୱାଳ ଓ ଧୀରେନ୍ଦ୍ର ବିଶ୍ୱାଳ ପରିଚାଳନା କରିଥିଲେ । ମହାବୀର କ୍ଲବର ସମ୍ପାଦକ ଦିନେଶ ରଞ୍ଜନ ରାଉତ, ଦିବ୍ୟଭରଷା ପରିବାରର ଉପଦେଷ୍ଟା ଅଭିମନ୍ୟୁ ଭୂୟାଁ, ସଦସ୍ୟ ଶ୍ରୀମତୀ ସ୍ୱର୍ଣ୍ଣଲତା ରଥ, ମମତା ମହାପାତ୍ର, ମୃତ୍ୟୁଞ୍ଜୟ ପଣ୍ଡା, ମାନସ ବରାଳ, ଆଶା ଓ ଅଙ୍ଗନବାଡି କର୍ମୀ ନୟନା ସ୍ୱାଇଁ, ପିତାମ୍ବର ବିଶ୍ୱାଳ ଓ ଶ୍ରୀମତୀ ମୀନର୍ଭା ଭୂୟାଁ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ । ଶିବିରରେ କେନ୍ଦ୍ରୀୟ ରକ୍ତ ଭଣ୍ଡାରର ଡା. ଉମାକାନ୍ତ ମହାପାତ୍ରଙ୍କ ସହ ସରୋଜ କୁମାର ମହାନ୍ତି, ରଞ୍ଜନ କୁମାର ଦାସ ଓ ରମେଶ କୁମାର ରାଉତ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ମୋଟ ୨୪ ଜଣ ରକ୍ତଦାନ କରିଥିଲେ ।

Leave a Reply

Your email address will not be published.