ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ

କଟକ,( ନାଗରାଜ ନ୍ୟୁଜ): ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଜିଲ୍ଲା ରେ ଶାନ୍ତି ଫେରାଇ ଆଣିବା ପାଇଁ ଆଜି କଟକ ସହରରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭା ଯାତ୍ରାରେ ବିଜୁ ଜନତା ଦଳର କର୍ମୀ, ଛାତ୍ର ଜନତା, ଏବଂ ମହିଳା ସଂଗଠନ ଶହ ଶହ କର୍ମୀ ମାନେ ଏହି ମହମ ବତୀ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ଟି ବକ୍ସି ବଜାର ସ୍ଥିତ ଗୋପବନ୍ଧୁ ଛକ ନିକଟରୁ ବାହାରି ମୁଖ୍ୟ ରାସ୍ତା ପରିକ୍ରମା କରି ମଣି ସାହୁ ଛକ ଠାରେ ଶୋଭା ଯାତ୍ରା ସମ୍ପୂର୍ଣ୍ଣ ହୋଇଥିଲା। ଗତ କିଛି ଦିନ ହେବ ସମ୍ବଲପୁର ଠାରେ ରାମନବମୀ ଶୋଭା ଯାତ୍ରା କୁ କେନ୍ଦ୍ର କରି ଏକ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଛି। ତେଣୁ ସମ୍ବଲପୁର ଠାରେ ଶାନ୍ତି ଓ ସଦ୍ଦ୍ଭାବ ଫେରାଇ ଆଣିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଭାବରେ କ୍ୟାନେଡେଲ ଶୋଭା ଯାତ୍ରା ବାହାରିଛି। ମେୟର ଏକ ସୁବାସ ସିଂ କଟକ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ଵାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଏବଂ ବିଜୁ ଜନତା ଦଳ ର ଜିଲ୍ଲା ସ୍ତରୀୟ କର୍ମ କର୍ତ୍ତା ମାନେ ଏହି ଶୋଭା ଯାତ୍ରାର ନେତୃତ୍ୱ ନେଇଥିଲେ। ମେୟର ଶ୍ରୀ ସିଂ ଏହି ଶୋଭା ଯାତ୍ରା ସମ୍ପର୍କ ରେ ସୂଚନା ଦେଇ କହିଲେ ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ ତେଣୁ ଏଠାରେ ଅଶାନ୍ତିର ସ୍ଥାନ ନାହିଁ। ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀ ପକ୍ଷରୁ ରାଜନୈତିକ ଉଦ୍ଦେଶ୍ୟ ରଖି ସମ୍ବଲପୁର ରେ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଥିଲେ।

Leave a Reply

Your email address will not be published.