ଜୟଦେବ ରାଉତଙ୍କୁ ସମ୍ବର୍ଦ୍ଧିତ

କଟକ,(ନାଗରାଜ ନ୍ୟୁଜ): ସାଇକଲ ରେ ସମଗ୍ର ଭାରତ ବର୍ଷରେ ହର ଘର ରକ୍ତଦାନ ଅଭିଯାନରେ ଆଜି ଯୟଦେବ ରାଉତ ଙ୍କୁ କଟକରେ ବିଭିନ୍ନ ସ୍ଥାନରେ ସ୍ଵାଗତ କରାଯିବା ସହ ତାଙ୍କୁ ସମ୍ବର୍ଧିତ କରାଯାଇଛି। ଶ୍ରୀ ରାଉତ୍ ରକ୍ତ ଦାନ ଏକ ମହତ୍ କାର୍ଯ୍ୟ ତେଣୁ ଘରେ ଘରେ ରକ୍ତ ଦାନ କରିବା ପାଇଁ ବାର୍ତ୍ତା ପ୍ରଚାର ୧ ଅକ୍ଟୋବର ରେ ବରସତ୍ କଲିକତା ରୁ ଆରମ୍ଭ କରିଥିଲେ। ସେ ଇତି ମଧ୍ୟରେ ଶ୍ରୀ ରାଉତ 14 ଟି ରାଜ୍ୟ ଗସ୍ତ କରି ବାର୍ତ୍ତା ପ୍ରଚାର କରିଛନ୍ତି। ଆଜି ମେଡିକାଲ ପରିସରରେ ରେଡକ୍ରସ ଭବନ ଠାରେ ତାଙ୍କୁ ସମ୍ୱଦ୍ଧିତ କରାଯାଇଥିଲା। କଟକ ଜିଲ୍ଲା ଯୁବ ରେଡ୍ କ୍ରସ ସେକ୍ରେଟାରୀ ଡଃ ସସ୍ମିତା ପଟ୍ଟନାୟକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟ କ୍ରମରେ ରେଡ଼କ୍ରସ ବ୍ଲଡ ସେଣ୍ଟର୍ ର ନିର୍ଦେଶକ ଡ଼ାଃ ଚନ୍ଦ୍ରିକା ପ୍ରସାଦ ଦାସ, ଡ଼ାଃ ଆଲୋକ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ ର ଅଧକ୍ଷା ଡଃ ଦୀପା ନାଗ , ନିରଞ୍ଜନ ପଟ୍ଟନାୟକ SCB Blood Bank ଓ ଯୁବ ରେଡକ୍ରସ ର ସ୍ଵେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ ।ସେ ହେଉଛନ୍ତି ଫେଡରେଶନ ଅଫ୍ ବ୍ଲଡ଼ ଡୋନର ଅର୍ଗାନାଇଯେଶନ ଅଫ୍ ଇଣ୍ଡିଆ ର ବ୍ରାଣ୍ଡ ଆମ୍ବା ସଡର। କଟକ ପହଞ୍ଚିବା ପରେ ଷ୍ଟୁଆର୍ଟ କଲେଜ, ଖ୍ରୀଷ୍ଟ କଲେଜ, ଇନ୍ଦିରା ଗାନ୍ଧୀ କଲେଜ, ଗୋପବନ୍ଧୁ ବାଗ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ପ୍ରମୁଖ ସ୍ଥାନ ଗସ୍ତ କରି ରକ୍ତର ଆବଶ୍ୟକତା ପାଇଁ ପ୍ରତି ଘରେ ଘରେ ରକ୍ତ ଦାନ ପାଇଁ ବାର୍ତ୍ତା ପ୍ରଚାର କରିଛନ୍ତି। ଶ୍ରୀ ରାଉତ ଙ୍କ ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି ।

Leave a Reply

Your email address will not be published.