ଗ୍ରାମବାସୀଙ୍କ ତରଫରୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର, (ନାଗରାଜ ନ୍ୟୁଜ ): ଟିଟିଲାଗଡ ବ୍ଲକ ନିକଟସ୍ଥ ନାରେନ ଗ୍ରାମରେ ସମସ୍ତ ଜନସାଧାରଣ ଏକ ରାଲି ମାଧ୍ୟମରେ ପଞ୍ଚାୟତକୁ ଯାଇ ପଞ୍ଚାୟତ ପ୍ରତିନିଧୀ ଦୟାରମ ଅଗ୍ରୱାଲଙ୍କ ଜରିଆରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବି ପତ୍ର ଅନୁସାରେ ଗାଁରେ ଥିବା ବସଷ୍ଟାଣ୍ଡକୁ ଲାଗି ରହିଥିବା ସରକାରୀ ଜମି ଉପରେ ଉକ୍ତ ଗାଁର ଉଜଲ ପୁଟେଲ ଓ ପି ନୀଳାମ୍ବର ପୁଟେଲ ଯୋର ଜବରଦସ୍ତ ଅକ୍ତିଆର କରି ରହିଥିବାରୁ ସର୍ବ ସାଧାରଣଙ୍କ କ୍ଷତି ହେଉଛି ।

ଦୁହେଁ ଉକ୍ତ ଜମିକୁ ଅକ୍ତିଆର ସେହି ସ୍ଥାନରେ ମଦ, ଗଞ୍ଜେଇ ଓ ନିଶା ବ୍ୟବସାୟ କରୁଛନ୍ତି । ଯାହା ଫଳରେ ସେହି ସ୍ଥାନରୁ ବସ ଯୋଗେ ମହିଳାମାନେ ଯିବା ଆସିବା କରୁଥିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହିତ ଅନେକ ସମସ୍ୟା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଯଦି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ନ ହୁଏ ତେବେ ଆଦିବାସୀ ସମାଜ ସହିତ ସମସ୍ତ ଜନ ସାଧାରଣ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.