ଜଳ ନିଷ୍କାସନ ନହେବା କାରଣରୁ ଲୋକଙ୍କ ଘରେ ପଶୁଛି ପାଣି

ବାଙ୍କୀ, (ନାଗରାଜ ନ୍ୟୁଜ ): ବାଙ୍କୀ ଏନଏସି ମୁଖ୍ୟ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ରହିଛି ରେଣୁକା ନଦୀ । ଏହାକୁ ଲାଗି ରହିଛି ୯ନମ୍ବର ୱାର୍ଡ । ଯାହାକୁ କୁହାଯାଏ ରେଣୁକା ନଗର । ଏଠାରେ ଅଠରରୁ ଉଦ୍ଧ୍ୱର୍ ପରିବାର ବସବାସ କରୁଥିବା ବେଳେ ଏବେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ସହିତ ବାଙ୍କୀ ମୁଖ୍ୟ ବଜାରର ମଇଳା ପାଣି ରେଣୁକା ନଗରରେ ବସବାସ କରୁଥିବା ଲୋକଙ୍କ ଘରେ ପଶୁଥିବାର ଅଭିଯୋଗ ହୋଇଛି । ଏପରିକି ଏହି ରାସ୍ତା ଦେଇ ଯାତାୟାତ ଠପ ହୋଇପଡିଛି ।

ସେପଟେ ଏଭଳି ପାଣି ଜମାଟ ନେଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଆବାଳବୃଦ୍ଧବନିତା । ଅନ୍ୟପଟେ ଛାତ୍ରଛାତ୍ରୀ ପାଠ ପଢିବାକୁ ବିଦ୍ୟାଳୟକୁ ଯାଇପାରୁନଥିବାର ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ଏହି ରେଣୁକା ନଗର ପକ୍ଷରୁ ଜଳ ନିସ୍କାସନ ସହିତ ରାସ୍ତାର ଉଚ୍ଚତା ଓ ଡ୍ରେନେଜର ବ୍ୟବସ୍ଥାରେ ସୁଧାର ଆଣିବାକୁ ନେଇ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା ଏଯାଏଁ କୈାଣସି ସୁଫଳ ମିଳିନାହିଁ । ଜରୁରୀ ପରିସ୍ଥତିରେ ଅଧିବାସୀମାନେ ମଇଳା ଆବର୍ଜନା ଯୁକ୍ତ ପାଣି ମଧ୍ୟ ଦେଇ ଯିବା ଆସିବା କରୁଛନ୍ତି । ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି ଜୋର ଧରିଛି । ଯଦି ପ୍ରଶାସନ ଏ ଦିଗରେ କୌଣସି ଠୋସ ପଦକ୍ଷେପ ନ ନିଅନ୍ତି ତେବେ ସ୍ଥାନୀୟ ଅଧିବାସୀଙ୍କ ସହିତ ଆଉ ୪ ଗୋଟି ୱାର୍ଡ ବାସିନ୍ଦା ରାଜରାସ୍ତାକୁ ଓଲ୍ହାଇବା ସହିତ ଆନ୍ଦୋଳନର ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.