ରେଭେନ୍ସା କଲିଜୀଏଟ ସ୍କୁଲ ନେତାଜୀ ଅଡିଟୋରୀୟମଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ ): ରେଭେନ୍ସା କଲିଜୀଏଟ ସ୍କୁଲ ନେତାଜୀ ଅଡିଟୋରୀୟମ ଠାରେ କଟକ ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି l ଏହି ସେମିନାର କୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଉଦଘାଟନ କରି କହିଲେ ଏହି ଭଳି ବିଜ୍ଞାନ ସେମିନାର କରାଗଲେ ଛାତ୍ର ଛାତ୍ରୀ ମାନେ ବୋହୁ ବିଜ୍ଞାନ ଭିତିକ ଜ୍ଞାନ ଆହରଣ କରିପାରିବେ l ଏହି ବିଜ୍ଞାନ ସେମିନାର ରେ ଜିଲ୍ଲାର 14 ଟି ବ୍ଲକ ରୁ ବ୍ଲକ ସ୍ତରୀୟ ସେମିନାର ରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନେ ଭାଗ ନେଇଥିଲେ l ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ରେ ଭାଗ ନେଇ ରଗଡି ପଡା ନୋଡାଲ ବିଦ୍ୟାଳୟର ସୋମେଶ ପ୍ରିୟଦର୍ଶି ସାହୁ ପ୍ରଥମ, ମହେଶ ନୋଡାଲ ବିଦ୍ୟା ପୀଠ ର ଶୁଭମ ମହାନ୍ତି ଦ୍ୱିତୀୟ, ରେଭେନ୍ସା କଲିଜୀଏଟ ସ୍କୁଲ ର ମଧୁସ୍ମିତା ଦାସ ତୃତୀୟ ସ୍ଥାନ ଅଧିକାରୀ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡ଼କ୍ଟର ସନ୍ତୋଷ କୁମାର ରାଉତ, ଦୀପ୍ତିମୟୀ ସୁଭଦର୍ଶିନୀ, ସୋନାମିକା ରାୟ, ଡ଼କ୍ଟର ଅନୁସ୍ମିତା ସ୍ୱାଇଁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବର୍ତମାନ ସମୟରେ ବିଜ୍ଞାନ ର ଉପଯୋଗୀତା ବିଷୟରେ କହିଥିଲେ l ପ୍ରାରମ୍ଭରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଚୌଧୁରୀ ରମାକାନ୍ତ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସେମିନାର ରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଚାରକା ଭାବେ ରାସାୟନ ବିଭାଗ ଅଧ୍ୟାପକ ମାନସ ରଞ୍ଜନ ପ୍ରଧାନ, ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ରାଜକିଶୋର ପଣ୍ଡା ବିଚାରକା ଭାବେ ଯୋଗ ଦେଇଥିଲେ l ଖାନନଗର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଢଙ୍ଗୀ, ଗୌତମ ଆଚାର୍ଯ୍ୟ, ସାଗରିକ ରାଉତ ପ୍ରମ୍ମୁଖ କାର୍ଯ୍ୟକ୍ରମ କୁ ପରିଚଳନ କରିଥିଲେ l

Leave a Reply

Your email address will not be published.