ବିଦ୍ୟାଧରପୁର ପ୍ରସିଦ୍ଧ ଶ୍ୟାମା ପୂଜାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ବିଦ୍ୟାଧରପୁର ପ୍ରସିଦ୍ଧ ଶ୍ୟାମା ପୂଜା ର ପ୍ରସ୍ତୁତି ବୈଠକ ବିଦ୍ୟାଧରପୁର ସ୍ମୃତି ସେଲିବ୍ରେଶନ ମଣ୍ଡପ ଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବିଦ୍ୟାଧରପୁର ପୂଜା କମିଟି ସଭାପତି ନୃସିଂହ ସାହୁ ସଭାପତିତ୍ବ କରିଥିବା ବେଳେ ଉପ ସଭାପତି ନଗେନ ମହାରଣା ସଭା ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ରୂପେ ବିଧାୟକ ସୌଭିକ ବିଶ୍ଵାଳ ଯୋଗ ଦେଇଥିଲେ।ଏହି କାଳୀ ପୂଜା ଚଳିତ ମାସ 24 ତାରିଖ ରେ ସ୍ଥାୟୀ ମଣ୍ଡପରେ ବଡ କାଳୀ, ସାନ କାଳୀ ଓ ଶ୍ୟାମା କାଳୀ ପୂଜା ପାଇବା ସହ 28 ଟି ଅସ୍ଥାୟୀ ମଣ୍ଡପରେ କାଳୀୟଦଳନ,ହର ପାର୍ବତୀ,ଶ୍ରୀ ଚୈତନ୍ୟ, କାର୍ତିକେଶ୍ୱର ପ୍ରଭୁତି ଦେବା ଦେବୀ ପୂଜା ପାଇବେ। ନଭେମ୍ବର ମାସ 3 ତାରିଖ ରେ ସମସ୍ତ ମୂର୍ତ୍ତି ଗୁଡ଼ିକ ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବ ବୋଲି ସଭାରେ ଆଲୋଚନା ହୋଇଥିଲା।ଏହା ସହିତ ବିଦ୍ୟାଧରପୁର ଅଞ୍ଚଳର ରାସ୍ତା ଘାଟ ପରିମଳ ପାନୀୟ ଜଳ, ଆଲୋକ ବ୍ୟବସ୍ଥା ଓ ସର୍ବପରି ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ପୂଜା କମିଟି ତରଫରୁ ପୋଲିସ ପ୍ରଶାସନ ଓ ବିଧାୟକ ଙ୍କ ନିକଟରେ ଦାବୀ କରିଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ପୋଲିସ ଡିସିପି ସେକ ସରିଫ, ଏ ସି ପି ଅରୁଣ କୁମାର ସ୍ବାଇଁ, କଟକ ମହାନଗନିଗମ ଶାନ୍ତି କମିଟି ସମ୍ପାଦକ ଦେବେନ୍ଦ୍ର ସାହୁ,ସଭାପତି ଭିକାରୀ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟିର ସଭାପତି ବିଜୟ ସାହୁ, ସମ୍ପାଦକ ପ୍ରଫୁଲ୍ଲ ସାହୁ, ନିରଞ୍ଜନ ସାହୁ ବିଦ୍ୟାଧରପୁର ପୂଜା କମିଟି ସମ୍ପାଦକ ଶରତ ଚନ୍ଦ୍ର ପଣ୍ଡା, କର୍ପୋରେଟର ବିଶ୍ୱବନ୍ଦିତା ପଣ୍ଡା, ତାପସ ସାମନ୍ତ ରାଏ, ନଗେନ ମହାରଣା,ଚାଉଳିଆଗଞ୍ଜ ଥାନା ଅଧିକାରୀ ଶଶିକାନ୍ତ ରାଉତ, ସି ଆର ଆର ଆଇ ଥାନା ଇନଞ୍ଚାର୍ଜ୍ ବିକାଶ ମଲ୍ଲିକ ଙ୍କ ସମେତ ବିଭିନ୍ନ ସାହି ପୂଜା ମଣ୍ଡପର ସଭାପତି ସଂପାଦକ, ମୂରବୀ ବୁଦ୍ଧିଜୀବୀ,ଯୁବକ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published.