କୃଷି ଓ କୃଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ହେବ ଆନ୍ଦୋଳନ, ଡାକିଲେ ସାମ୍ବାଦିକ ସମ୍ମିଳନୀ

ଖଇରା,(ନାଗରାଜ ନ୍ୟୁଜ): କୃଷି ଓ କୃଷକ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ହେବ ସମ୍ମିଳନୀ । ରୂପ ନେବ ଆନ୍ଦୋଳନ । ଡାକିଲେ ସାମ୍ବାଦିକ ସମ୍ମିଳନୀ । ସୂଚନାଯୋଗ୍ୟ କି ଚଳିତ ମାସ ୨୧ ଓ ୨୨ ତାରିଖରେ ଜିଲ୍ଲା ସମ୍ମିଳନୀ ଖଇରା ଠାରେ ହେବ । ଏଥିନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଓଡିଶା କୃଷକ ସଭା ବାଲେଶ୍ଵର ଶାଖା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଯାଇଛି । ଏଥିରେ ଓଡ଼ିଶା କୃଷକ ସଭାର ରାଜ୍ୟ ଉପ-ସଭାପତି ନିର୍ମଳ ନାୟକ, ସମ୍ପାଦକ ସୀତା ସିତାଂଶୁ ସେନାପତି, ଅଭ୍ଯର୍ଥନା କମିଟି ଚେୟାରମ୍ୟାନ ଜଗତାନନ୍ଦ ମହାପାତ୍ର, ସଭ୍ୟ ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ଦାସ, ସମ୍ପାଦକ ଭଗବାନ ଦାସ, ବସନ୍ତ କୁମାର ମାଝୀ, ପ୍ରଶାନ୍ତ କୁମାର ବାରିକ ଓ ଅଭିରାମ ବେହେରା ପ୍ରମୁଖ ଯୋଗଦେଇ କୃଷକ ମାନଙ୍କ ସମସ୍ୟା ଯଥା-ଧାନ ଅମଳ ସମୟରେ ମଣ୍ଡି ନଖୋଲିବା, ବଙ୍ଗୀୟ ବେପାରୀକୁ କମ୍ ମୂଲ୍ୟରେ ବିକ୍ରି କରିବା, ଅନଲାଇନ୍ ବ୍ଯବସ୍ଥାର ଅବ୍ଯବସ୍ଥା, ସମବାୟ ସମିତି ଗୁଡିକ ଦୁର୍ନୀତିର ଗନ୍ତାଘର ପାଲଟିବା, ଚଢା ଦରରେ ସାର ଓ ବିଷ କିଣିବା, ଚାଷୀ ଆତ୍ମହତ୍ୟା, ଉତ୍ପାଦିତ ଫସଲର ଲାଭଜନକ ଦର ସ୍ଥିର ନହେବା, ଶୀତଳ ଭଣ୍ଡାରର ଅଭାବ, ଅସମ୍ପୂର୍ଣ୍ଣ ଜଳସେଚନ ପ୍ରକ୍ରିୟା, ବନ୍ୟା ଓ ବାତ୍ୟାରେ ନଷ୍ଟ ହେଉଥିବା ଫସଲର ସଠିକ୍ ଆକଳନ ନହେବା, କୃଷକ ମାନଙ୍କୁ ସଠିକ୍ କ୍ଷତିପୂରଣ ନମିଳିବା ଏବଂ ଇନସ୍ଯୁରାନସ୍ ପ୍ରଭୃତି ସମସ୍ୟା ଦାବି ଉପରେ ଗଣମାଧ୍ୟମ ଆଗରେ ଆଲୋଚନା ହୋଇଥିଲା । ପ୍ରତିବାଦରେ ଚଳିତ ମାସ ୨୧ ଓ ୨୨ ତାରିଖରେ ହେବାକୁ ଥିବା ସମ୍ମିଳନୀ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି ବୋଲି ଖଇରା ଠାରେ ଥିବା ଭାରତୀୟ କମ୍ଯୁନିଷ୍ଟ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ଆଗାମୀ ଦିନରେ ଏହା ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ଆଲୋକମୟ ପଣ୍ଡା, ସଞ୍ଜୟ କୁମାର ବେହେରା, ବିସ୍ମୟ ବେହେରା, ଉତ୍କଳବନ୍ଧୁ ପଣ୍ଡା, ଅନାମ ଚରଣ ପଣ୍ଡା ଉପସ୍ଥିତ ଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.