ମିକ୍ସଚର କମ୍ପାନୀରେ ଲାଗିଲା ନିଆଁ

କଟକ,(ନାଗରାଜ ନ୍ୟୁଜ): କଟକ ତିନିଘରିଆ ନାଳ ବନ୍ଧ ନିକଟରେ ଥିବା ଏକା ମିକ୍ସଚର ଫ୍ୟାକ୍ଟ୍ରିରେ ଭୟାଭହ ଅଗ୍ନିକାଣ୍ଡ ଘଟିଛି. ସୂଚନା ଅନୁଯାୟୀ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ଯୋଗୁ ଏଭଳି ହୋଇଥିବା ଜଣାପଡିଛି. ତେବେ ଏ ପର୍ଯ୍ୟନ୍ତ କାହାର କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି. ହେଲେ ଫ୍ୟାକ୍ଟ୍ରିର ବହୁ ସଂଖ୍ୟାରେ ଆସବାବ ପତ୍ର ଜଳି ଯାଇଛି. ଏପରିକି ନିଆଁ ଲାଗିବା ସମୟରେ ମୋଟା ଆକାରର ଧୂଆଁ ବାହାରୁଥିବା ର ଦେଖିବାକୁ ମିଳିଥିଲା. ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବାକୁ ଦୀର୍ଘ ସମୟ ଧରି ଚେଷ୍ଟା କରିଥିଲେ. ପରେ ନିଆକୁ ଆୟତ୍ତ କରାଯାଇଥିଲା.

Leave a Reply

Your email address will not be published.