ବଡ଼ଦାଣ୍ଡରେ ପୁରୀବାସୀ ପାଳିଛନ୍ତି ପ୍ରଭୁଙ୍କ ପିତୃଶ୍ରାଦ୍ଧ

ପୁରୀ,(ନାଗରାଜ ନ୍ୟୁଜ): ମହାପ୍ରଭୁଙ୍କ ପିତାଙ୍କ ଶ୍ରାଦ୍ଧ ଅବସରରେ ପୁରୀ ବଡ଼ଦାଣ୍ଡରେ ପୁରୀବାସୀ ପାଳିଛନ୍ତି ପ୍ରଭୁଙ୍କ ପିତୃଶ୍ରାଦ୍ଧ। ସନ୍ଧ୍ୟା ୫ଟା ବେଳେ ବଡଦାଣ୍ଡର ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ସହରବାସୀ ପ୍ରଭୁଙ୍କ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଏକ ଲକ୍ଷ ଦୀପ ଦାନ କରିଥିଲେ। ଏହି ଅବସରରେ ବଡଦାଣ୍ଡ ସିଂହଦ୍ଵାର ଠାରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଏକ ଲକ୍ଷ ଦୀପ ଦାନ କାର୍ଯ୍ୟକ୍ରମକୁ ସଂଯୋଜନା କରାଯାଇଥିଲା। ହିନ୍ଦୁ ଧର୍ମ ଓ ପରମ୍ପରାକୁ ରକ୍ଷା କରିବାକୁ ଗଠିତ ଏହି ସଂଗଠନ ସଂଯୋଜନାରେ ମହାପ୍ରଭୁଙ୍କ ପିତୃଶ୍ରାଦ୍ଧ ଦ୍ଵିତୀୟ ଦିବସରେ ଏହି ଗଣ ଦୀପ ଦାନ କରାଯାଇଥିଲା। ମାର୍ଗଶୀର କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ ଦୀପଦାନ ଓ ଶ୍ରାଦ୍ଧ ବିଧି ପାଳନ ହୋଇଥିଲା। ଦେବଦୀପାବଳୀ ଅବସରରେ ବଡଦାଣ୍ଡ ଝଲସି ଉଠିଥିଲା ।

ସେହିଭଳି ଶ୍ରୀମନ୍ଦିର ସିଂହଦ୍ଵାର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ସହରବାସୀ ସମୂହ ଦୀପଦାନ କରିଥିଲେ। ଏହି ଅବସରରେ ଉପରୋକ୍ତ ସଂଗଠନ ପକ୍ଷରୁ ଅଗ୍ନିହୋତ୍ରୀ ଯଜ୍ଞର ଆୟୋଜନ ହୋଇଥିଲା। ରାଣୀ ସତୀ ମନ୍ଦିର ପାଖରେ ଆୟୋଜିତ ଏହି ଯଜ୍ଞରେ ଗଣ ପ୍ରାର୍ଥନା ତଥା ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା। ଆୟୋଜକ ସଂସ୍ଥା ଓଆଇସିର ପରିଚାଳନା ଟ୍ରଷ୍ଟି ଭାଗିରଥି ଶାନ୍ତି, ଭାବଗ୍ରାହୀ ଶାନ୍ତି, ଓଆଇସି ମୁଖ୍ୟ କୁମୁଦିନୀ ପଣ୍ଡା ଏହି ସବୁ ଧାର୍ମିକ ଅନୁଷ୍ଠାନ ନିରନ୍ତର ଚାଲିବ ବୋଲି ସୂଚନା ଦେଇଛନ୍ତି। ଶରଧାବାଲି ମୁକ୍ତାକାଶ ମଣ୍ଡପରେ ଅନୁଷ୍ଠିତ ଦେବଦୀପାବଳୀ ଦୀପଦାନ ଉତ୍ସବରେ ପୂର୍ବତନ ସାଂସଦ ପ୍ରସନ ପାଟଶାଣୀ,ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା,ଅତିରିକ୍ତ ଜିଲ୍ଲାପାଳ କୈଳାଶ ନାୟକ,ଉପରୋକ୍ତ ଜିଲ୍ଲାପାଳ ଭଵତାରଣ ସାହୁ,ଡ଼କ୍ଟର ଅଶୋକ ମହାପାତ୍ର,ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ,ସଂଯୋଜନା ସମ୍ପାଦକ ସୁଭାଶିଷ ଖୁଣ୍ଟିଆ, ଶ୍ରୀମନ୍ଦିର ସେବାୟତ, ରବିଶଙ୍କର ପ୍ରତିହାରୀ ପ୍ରମୁଖ ସହଯୋଗ ରେ ଏକ ଧାର୍ମିକ ଅନୁଷ୍ଠାନରେ ଉପସ୍ଥିତ ଥିଲେ .

Leave a Reply

Your email address will not be published.