ବିଦେଶୀ ପ୍ରତିନିଧି ଦଳ ପରିଦର୍ଶନ କଲେ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରାଳୟ

କଟକ, (ନାଗରାଜ ନ୍ୟୁଜ): ଇଣ୍ଡିଆନ୍ କାଉନସିଲ ଅଫ କଲ୍ଚରାଲ ରେଲେସନ୍ ପ୍ରାୟୋଜିତରେ ଏକ ….ବିଦେଶୀ ପ୍ରତିନିଧି ଆଜି ଯୋବ୍ରା ସ୍ଥିତ ନୌ ବାଣିଜ୍ୟ ସଂଗ୍ରାଳୟ ପରିଦର୍ଶନ କରିଛନ୍ତି। ଭାରତ ଓ ବିଦେଶ ର ପରଷ୍ପର ମଧ୍ୟରେ ସାଂସ୍କୃତିକ ସମନ୍ଵୟ କାର୍ଯ୍ୟ କ୍ରମ ମାଧ୍ୟମରେ ଆଜି ବିଦେଶୀ ପ୍ରତିନିଧି ମାନେ ନୌ ବାଣିଜ୍ୟ ସଂଗ୍ରାହାଳୟ ପରିଦର୍ଶନ କରି ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଅତୀତରେ ଉତ୍କଳର ନୌ ବାଣିଜ୍ୟର ପରମ୍ପରାକୁ ଆଧାର କରି ଏହି ସଂଗ୍ରାହଳୟ ସ୍ଥାପନ କରାଯାଇଛି। ସଂଗ୍ରାହାଳୟରେ ଉତ୍କଳର ପ୍ରାଚୀନତମ ବାଣିଜ୍ୟ ବ୍ୟବସାୟ ସମ୍ପର୍କରେ ବହୁ ତଥ୍ୟ ଏହି ସଂଗ୍ରାହାଳୟରେ ପର୍ଦର୍ଶିତ କରାଯାଇଛି। ବିଦେଶୀ ପ୍ରତିନିଧି ଦଳରେ ବେଲଜିୟମ,ବ୍ରାଜିଲ,ବୁଲଗାରିଆ,ପର୍ତ୍ତୁଗାଲ,ସାଉଥ୍ ଆଫ୍ରିକା,ମଙ୍ଗୋଲିଆ, ଗୁୟୀନା ରାଷ୍ଟ୍ର ରୁ ୨୬ ଜଣିଆ ଦଳ ଏହି ଗସ୍ତ କରିଛନ୍ତି। ଏହି ଦଳରେ ପାର୍ଲମେଣ୍ଟ ସଦସ୍ୟ, ସମ୍ବାଦ ପତ୍ରର ସମ୍ପାଦକ,ଉଦ୍ୟୋଗୀ,ଏବଂ ଗବେଷକ ମାନେ ସାମିଲ ଅଛନ୍ତି। ବ୍ରାଜିଲ ର ଜଣେ ମହିଳା ପ୍ରତିନିଧି ନୌ ବାଣିଜ୍ୟ ସଂଗ୍ରାହଳୟ ପରିଦର୍ଶନ କହିଲେ ଓଡ଼ିଶାର ଇତିହାସ ମହାନ୍ ।

ଏହି ଇତିହାସ ମୋତେ ଉଦବୁଦ୍ଧ କରିଛି। ମୁଁ ଆମ ରାଷ୍ଟ୍ରରେ ଓଡ଼ିଶା ଇତିହାସ ସମ୍ପର୍କରେ ଅବଗତ କରାଇବି। ଓଡ଼ିଶାର ଅତୀତ ନୌ ବାଣିଜ୍ୟ ପରମ୍ପରା ଓ ସଂସ୍କୃତି ବହୁ ପ୍ରାଚୀନ। ଏହି ସମ୍ପର୍କରେ ବହୁ ତଥ୍ୟ ଏହି ସଂଗ୍ରାହାଳୟ ରେ ପ୍ରଦର୍ଶିତ ହୋଇଛି। ଯାହାକି ଭବିଷ୍ୟତ ବଂଶ ଧର ମାନଙ୍କୁ ସଂସ୍କୃତି, ପରମ୍ପରା, କଳା,ବାଣିଜ୍ୟ ସମ୍ପର୍କରେ ଖୋରାକ ଯୋଗାଇବ। ଏହି ସଂଗ୍ରାହଳୟ ଟି ମୋତେ ଉଦବୁଦ୍ଧ କରିଛି। ପାର୍ଷ୍ପାରିକ ଭାତୃଭାବ ଓ ସ୍ନେହ ସୌହାର୍ଦ୍ଦ୍ୟ ଏହି ସଂଗ୍ରାହାଳୟରେ ମିଳି ପାରିବ। ଓଡ଼ିଶା ଏବଂ ବ୍ରାଜିଲ ମଧ୍ୟରେ ସାହିତ୍ୟ ସଂସ୍କୃତି, ଓ ବାଣିଜ୍ୟ ପରଷ୍ପର ମଧ୍ୟରେ ସୂ ସମ୍ପର୍କ ଗଢ଼ି ଉଠିବ। ଏହି ପ୍ରତିନିଧି ଦଳରେ ଆହ୍ଲେକ୍ସୁ ଜାଣ୍ଡ୍ରେ ପୋକୋ, ସୋଫିଆ ମାଟୋସ, କାଟ୍ରିନା କାରିଆ, ବ୍ରୁନୋ କୋଇମ୍ବ୍ରା,ପର୍ବିନ ବେଦାନ, ରୋହିଣୀ ମୁକ୍ଳା, ଗଣେଶ ଆଦିତ୍ୟ ମହିପଲ୍ଲ, ପ୍ରମୁଖ ଏହି ପ୍ରତିନିଧି ଦଳର ନୌ ବାଣିଜ୍ୟ କେନ୍ଦ୍ର କୁ ବୁଲି ଦେଖିଥିଲେ

Leave a Reply

Your email address will not be published.