ଆଜି କଟକ ଅର୍ବାନ ପୋଲିସ ପକ୍ଷରୁ ଇଦ ପାଇଁ ପ୍ରସ୍ତୁତି ବୈଠକ

କଟକ,(ନାଗରାଜ ନ୍ୟୁଜ): ଆଉ ମାତ୍ର କିଛି ଦିନ ପରେ ଇସଲାମ ଧର୍ମାବଲମ୍ବୀ ମାନେ ପାଳନ କରିବାକୁ ଯାଉଛନ୍ତି ପବିତ୍ର ଇଦ ଉଲ୍ ଫିତର୍। ଏଥିପାଇଁ ଆଜି କଟକ ଅର୍ବାନ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଓ ସି ଏ କନଫରେନ୍ସ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ପୋଲିସ ଅଧିକାରୀ ମାନଙ୍କର ସହ ବିଭିନ୍ନ ମସଜିଦ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଇଦ୍ ପର୍ବ ପାଳନ ସମୟରେ କିଭଳି ଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବ ସେନେଇ କମିଟି ସଦସ୍ୟ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ କଟକ ଡିସିପି ପିନାକ ମିଶ୍ର। ଏହା ସହ ସହର ର ବିଭିନ୍ନ ଅଞ୍ଚଳ ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହା ସହ କଟକ ଭାଇଚାରା ର ବାର୍ତ୍ତା ସବୁବେଳେ ବହନ କରୁଥିବା ବେଳେ ଚଳିତ ଇଦ୍ ପର୍ବ ପାଳନ ସମୟରେ ମଧ୍ୟ ସେହି ପ୍ରଥା ବଜାୟ ରହିବ ବୋଲି କହିଛନ୍ତି ବରିଷ୍ଠ ମସଜିଦ କମିଟିର ସଦସ୍ୟ ମାନେ।

Leave a Reply

Your email address will not be published.