କୋଶଲ ସ୍ୱାଭିମାନ ପଦଯାତ୍ରାକୁ ବଲାଙ୍ଗିରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା


ବଲାଙ୍ଗିର, (ବନଳତା ମାଝି): ପଶ୍ଚିମ ଓଡିଶାର ଜନସାଧାରଣଙ୍କ ପ୍ରତି ଓଡିଶା ସରକାରଙ୍କ ଅବହେଳା, ଉପେକ୍ଷା, ପାତରଅନ୍ତର ନିତୀ ପ୍ରତିବାଦରେ କୋଶଲ ରାଜ୍ୟ ଯୁବ ସମନ୍ୱୟ ସମିତି ତରଫରୁ ଜୁଲାଇ ୨୩ ତାରିଖରୁ ସ୍ୱାଭିମାନ ପଦଯାତ୍ରା ଆରମ୍ଭ ହୋଇଛି । କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ମାଣିକେଶ୍ବରୀ ମନ୍ଦିରରେ ପୂଜାର୍ଚନା ପରେ ସ୍ୱାଭିମାନ ପଦଯାତ୍ରା ଆରମ୍ଭ ହୋଇଥିଲା । ଭବାନୀପାଟଣାରୁ କେସିଙ୍ଗା ଅମାଠଚ୍ଛକ ବେଲଗାଁ ସଇଁତଳା ଦେଓଗାଁ ବଲାଙ୍ଗିର ଠାରେ ବିଭିନ୍ନ ସଂଗଠନ ତରଫରୁ ପଦଯାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା ।

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଆଠ ଲକ୍ଷ ସତର ହଜାର ପ୍ରଧାନମନ୍ତ୍ରୀ ଆବାସ ମଞ୍ଜୁର କରିଥିଲେ । କିନ୍ତୁ ପଶ୍ଚିମ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟିଏବି ଗୃହ ଓଡିଶା ସରକାର ମଞ୍ଜୁର କରିନାହାନ୍ତି । ପଶ୍ଚିମ ଓଡିଶାର ଏଗାରଟି ଜ଼ିଲ୍ଲାରେ ହଜାର ହଜାର ଗରିବ ଲୋକ ଚାଳ ଛପର, ଝାଟିମାଟି ଘର କରି ରହୁଛନ୍ତି । ଗରିବ ଲୋକଙ୍କୁ ଖାଦ୍ୟ ବସ୍ତ୍ର ବାସଗୃହ ଯୋଗାଇ ଦେବା ସରକାର ଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି ଆଜିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅବସରରେ କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ପ୍ରକାଶ କରିଥିଲେ । ଆଜିର ସମ୍ବର୍ଦ୍ଧନା ସଭାରେ କୋଶଲ ରାଜ୍ୟ ସମନ୍ୱୟ ସମିତି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ପଶ୍ଚିମାଞ୍ଚଳ ମିଳିତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ, କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ, ନାଗରିକ ମଞ୍ଚ, ଏକ୍ସନ କମିଟି ଓ କୃଷକ ସଂଗଠନ ସହିତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published.