ଆଞ୍ଚଳିକ ବ୍ରାହ୍ମଣ ସମିତି ବୈଠକ ଅନୁଷ୍ଠିତ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଚଅଁପୁର ସ୍ଥିତ ବନପ୍ରସ୍ଥୀ ଆଶ୍ରମ ପରିସରରେ ଔପଦା ବ୍ଲକ ଆଞ୍ଚଳିକ ବ୍ରାହ୍ମଣ ସମିତି ବୈଠକ ସମ୍ପାଦକ ଦୈତାରୀ ପଣ୍ଡାଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଅଞ୍ଚଳରୁ ବ୍ରାହ୍ମଣମାନେ ଉପସ୍ଥିତ ହୋଇ ଆଗାମୀ ୭ମ ବାର୍ଷିକ ଉତ୍ସବ ଓ ବ୍ରହ୍ମଯଜ୍ଞ ଅନୁଷ୍ଠିତ ନିମନ୍ତେ ଆଲୋଚନା କରିଥିଲେ । ସାମ୍ପ୍ରତିକ କରୋନା ମହାମାରୀ ନିୟମକୁ ଦୃଷ୍ଟିରେ ରଖି ବ୍ରାହ୍ମଣମାନଙ୍କର ପ୍ରଗତି ନିମନ୍ତେ ସରକାରଙ୍କୁ ଆପତ୍ତି ଅଭିଯୋଗ ସମ୍ବନ୍ଧୀୟ ଦାବିପତ୍ର ଦେବାପାଇଁ ସ୍ଥିର ହୋଇଥିଲା । ଗୌତମ ପଣ୍ଡା, ଲକ୍ଷ୍ମଣ ଦାଶ ଓ ହେମନ୍ତ ଦାଶ ପ୍ରମୁଖ ଉପସ୍ଥିତ ହୋଇ ଏକ ୭ ଜଣିଆ କମିଟି ଗଠନ କରି ଦାୟିତ୍ୱ ବଣ୍ଟନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ବୁଦ୍ଧିରାମ ପାଣିଗ୍ରାହୀ ଯୋଗଦେଇ ବ୍ରାହ୍ମଣ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଏଭଳି କାର୍ୟ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଶେଷରେ ଗଦାଧର ଦାଶଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ଭଙ୍ଗ କରିଥିଲେ ।

Leave a Reply

Your email address will not be published.