କଟକ ମଧୁପାଟଣା ଓଭର ବ୍ରିଜ ଉପରେ ଜଳିଗଲା ଚଳନ୍ତା କାର

କଟକ, (ନାଗରାଜ ନ୍ୟୁଜ): ବେଗ ଅନୁସାରେ ଗଡୁଥିଲା ଗାଡି । କେହି କିଛି ବୁଝିବା ଆଗରୁ ହଠାତ୍ କେମିତି କେଜାଣି ଜଳିବାକୁ ଲାଗିଲା କାର । ଚଳନ୍ତା ଅବସ୍ଥାରେ ହୁତୁ ହୁତୁ ହୋଇ ଜଳିଗଲା କାର । ଅଳ୍ପକେ ବର୍ତ୍ତିଲେ ଚାଳକ । ଏପରି ଘଟଣା ଘଟିଛି କଟକ ମଧୁପାଟଣା ଓଭର ବ୍ରିଜ ନିକଟରେ । ସୂଚନାଅନୁସାରେ କଟକ ଦେଇ ଭୁବନେଶ୍ୱର ଯାଉଥିଲା ଏକ କାର । ମଧୁପାଟଣା ବ୍ରିଜ ନିକଟରେ ହଠାତ କାରଟି ଜଳିବାକୁ ଲାଗିଲା । ସୌଭାଗ୍ୟବଶତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାର ଚାଳକ ଜଣକ । ଘଟଣାସ୍ଥଳରେ ମଧୁପାଟଣା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଭୟଙ୍କର ଥିଲା । ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଛି । ତେବେ ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published.