ହନୁମାନ ଜୟନ୍ତୀ ଅନୁଷ୍ଠାନ ପକ୍ଷରୁ ଆଜି ସନ୍ଧ୍ୟାରେ ବାଚସ୍ପତିଙ୍କ ଗସ୍ତକୁ ନେଇ ଆଲୋଚନା ଚକ୍ର

ପୁରୀ, (ନାଗରାଜ ନ୍ୟୁଜ): ଆଜି ସନ୍ଧ୍ୟାରେ ହନୁମାନ ଜୟନ୍ତୀ ଅନୁଷ୍ଠାନ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ଵାର ନିକଟରେ ତିନିଦିନ ଧରି ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ମାନ୍ୟବର ବାଚସ୍ପତି ସୁଭଉଦ୍ଘାଟନ କରିବେ ସେଥିପାଇଁ ଗତ ସନ୍ଧ୍ୟାରେ ଭୋଗ ଜାଗାରେ ଅନୁଷ୍ଠାନର ସମସ୍ତ ମୁଖ୍ୟ ସଦସ୍ୟ ମାନଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କବି ଓ ଶିକ୍ଷାବିତ ପ୍ରଶନ କୁମାର ମିଶ୍ର, ଜଗନ୍ନାଥଙ୍କ ପୂଜାପଣ୍ଡା ଶ୍ରୀଯୁକ୍ତ ସୁଦର୍ଶନ ପୂଜାପଣ୍ଡା କବି,ଲେଖକ, ଆଇନିଜୀବୀ, ପୂର୍ଣ୍ଣଚନ୍ଦ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ,ସମ୍ଭବ ଟାଇମସ ନିଉଜର ମୁଖ୍ୟ ପରାମର୍ଶଦାତା ଓ ହନୁମାନ ଜୟନ୍ତୀ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published.