ଦୁର୍ଘଟଣାରେ ବିରଳ ମାଛରଙ୍କା ବିରାଡି ମୃତ

ବାରଙ୍ଗ, (ନାଗରାଜ ନ୍ୟୁଜ): ବାରଙ୍ଗ ମୁଖ୍ୟ ରାସ୍ତାରରୁ ଏକ ବିରଳ ମାଛରଙ୍କା ବିରାଡିର ମୃତ୍ୟୁ ଦେଖିବାକୁ ମିଳିଥିଲା । ବାରଙ୍ଗ ଥାନା ଛକରୁ ଗୋଲେଇ ଛକ ମଝି ଓଡିଶା ଟାଇଲ କାରଖାନା ପାଖରେ ସକାଳେ ମଛରଙ୍କା ବିରାଡି ମରି ପଡ଼ିଥିବା କିଛି ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ବିରାଡିଟି ପ୍ରାୟ ୩ ବର୍ଷ ବୟସର ମାଈ । ବିରାଡିଟି ରାତିରେ ନିକଟସ୍ଥ ଡମପଡ଼ା ଅଭୟାରଣ୍ୟର ଚୂଡଙ୍ଗ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଲୋକମାନେ ଅନୁମାନ କରୁଛନ୍ତି।  ପାହାନ୍ତିଆ ପ୍ରହରରେ ରାସ୍ତା ପାର ହୋଇ ଫେରୁଥିବା ବେଳେ ବିରାଡିଟି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବା ଲୋକମାନେ ଅନୁମାନ କରିଛନ୍ତି । ବିରାଜିକୁ ଦେଖିବା ଲାଗିିସେଠାରେ ଦୀର୍ଘ ସମୟ ଧରି ଲୋକଙ୍କ ଭିଡ ଜମିଥିଲା। ହେଲେ କୌଣସି ବନ ବିଭାଗ କର୍ମଚାରୀ ଆସି ନଥିଲେ। ବାଧ୍ୟହୋଇ କିଛି ଲୋକ ବିରାଡିଟିକୁ ରାସ୍ତା ପାର୍ଶ୍ଵ ଜଙ୍ଗଲକୁ ହଟାଇ ଚଲିଯାଇଥିଲେ।

Leave a Reply

Your email address will not be published.