ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ସତସଙ୍ଗ ର ଅନ୍ୟତମ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଙ୍କର ଅଣ ନାତି ପୂଜ୍ୟପାଦ ଶ୍ରୀ ଅବିନ୍ ଦାଦା ଙ୍କ କଟକ ଆଗମନ ଅବସରରେ ଆଜି ଜବାହାର ଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମ୍ ଠାରେ ଏକ ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମ ରେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଙ୍କ ବିଭିନ୍ନ ଜିଲ୍ଲାରୁ ଭକ୍ତ ମାନେ ଯୋଗଦେଇଥିଲେ। ଏହି ଅବସରରେ ଏକ ପ୍ରଣାମୀ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ପୂଜ୍ୟ ପାଦ ଶ୍ରୀ ଅବିନ ଦା ଭକ୍ତ ମାନଙ୍କୁ ଆଶୀର୍ବାଦ ଦେଇ କହିଲେ ସମାଜରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ପାଇଁ ପରଷ୍ପର ମଧ୍ୟରେ ସ୍ନେହ ଶ୍ରଦ୍ଧା ଜାଗ୍ରତ କର। ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଙ୍କ ର ବାର୍ତ୍ତା ମାନବ ସମାଜର କଲ୍ୟାଣ ପାଇଁ ଉଦ୍ଧିଷ୍ଟ । ତାଙ୍କର ଏହି ବାର୍ତ୍ତା କୁ ପରଷ୍ପର ମଧ୍ୟରେ ଜାଗ୍ରତ କରିବା ସମସ୍ତ ଭକ୍ତ ଙ୍କ ଦାଇତ୍ୱ ଏବଂ କର୍ତ୍ତବ୍ୟ । ଏହି ଅବସରରେ ଶ୍ରୀ ଶ୍ରୀ ଅବିନ ଦାଦା ଙ୍କ ସହିତ ଭକ୍ତମାନଙ୍କର ସ୍ପର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥି ସହିତ ଭକ୍ତ ମାନେ ତାଙ୍କୁ ପ୍ରଣାମ ନିବେଦନ କରିଥିଲେ । ଏହି କାର୍ଯ୍ଯକ୍ରମକୁ କଟକ ସତସଙ୍ଗ ବିହାର ସମ୍ପାଦକ ଡମ୍ବରୁ ଧର ଦାସ, ସଂଯୋଜକ ତାପସ କୁମାର ସାହୁ ସଂଯୋଜନା କରିଥିଲେ। ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Leave a Reply

Your email address will not be published.