କଟକରେ ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତକୁ ଗିରଫ

କଟକ,(ନାଗରାଜ ନ୍ୟୁଜ): କଟକରେ ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର। ଅଭିଯୁକ୍ତ ଜଣକ ସ୍ଥାନୀୟ ଅଂଚଳର ୩୨ ବର୍ଷୀୟ ଯୁବକ ଛେଲା ସରକାର ଓରଫ ଭରତ ଏପରି କାଣ୍ଡ ଘଟାଇଥିବା ପ୍ରେସମିଟ ରେ ସୂଚନା ଦେଇଛନ୍ତି ଡିସିପି..ନିଶା ଶକ୍ତ ଅବସ୍ଥାରେ ଏପରି କରିଛି ଅଭିଯୁକ୍ତ। ଏପରି ସ୍ଥଳେ ପିଡିତା ବୟସ୍କା ମହିଳାଙ୍କର ବୟାନ ରେକର୍ଡ କରାଯିବା ସହ ସ୍ପେଶାଲ ଟିମ ଘଟଣାର ତଦନ୍ତ କରିଛନ୍ତି। ତେବେ ଦୁଷ୍କର୍ମ ଶିକାର ମହିଳାଙ୍କୁ ପୂର୍ବରୁ ଜାଣିଥିଲା ଅଭିଯୁକ୍ତ। ଘରେ କେହି ନ ଥିବାର ସୁଯୋଗ ନେଇ ଏପରି କାଣ୍ଡ ଭିଆଇଛି ଅଭିଯୁକ୍ତ। କ୍ୟାଣ୍ଟନମେଣ୍ଟ ଥାନା ଅଂଚଳର ପେନସନ ଲେନରେ ଘଟିଥିଲା…ଗତ ୧୨ ତାରିଖ ସନ୍ଧ୍ୟାରେ ୮୦ ବର୍ଷ ବୟସ୍କ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା.. ସ୍ଥାନୀୟ କର୍ପୋରେଟର ୧୫ ତାରିଖରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ…ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଭରତକୁ ଗିରଫ କରିଥିଲା ପୋଲିସ.

Leave a Reply

Your email address will not be published.